ମେଘନାଦ ପାଚେରିଠୁ ୭୫ ମିଟର ଯାଏ ଉଚ୍ଛେଦ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0
182

ପୁରୀ: ପୁରୀ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣର ଉଚ୍ଛେଦ ପରେ ଏବେ ପାଚେରିଠୁ ୭୫ ମିଟର ଉଚ୍ଛେଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଆଜିଠୁ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ପୁୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୭୫ ମିଟର ପରିଧି ଭିତରେ ଉଚ୍ଛେଦ ହେଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ ୨୧ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି।

କୌଣସି ପ୍ରକାର ଗଣ୍ଡଗୋଳ କି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି OSAFକୁ ସଜାଗ ରଖାଯାଇଛି। ସେପଟେ ଥଇଥାନ ନ କରି ହଠାତ୍ ଏଭଳି ଉଚ୍ଛେଦକୁ ସହଜରେ ପୁରୀ ବାସିନ୍ଦା ଗ୍ରହଣ କରିପାରିନାହାନ୍ତି।

ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ କରି ଗତକାଲି ବିରୋଧ ପ୍ରଦର୍ଶନ ସହ ବଡ଼ଦାଣ୍ଡରେ ବସି ଆନ୍ଦୋଳନ କରିଥିଲେ ବିକ୍ଷୋଭକାରୀ। ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ନାପସନ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here