ଭତ୍ତା ପ୍ରଦାନ ରେ ଅନିୟମିତା ନେଇ ବିଡିଓ ଙ୍କ ଠାରେ ଅଭିଯୋଗ

0
196
  • ବ୍ରହ୍ମପୁର,୨୬/୮/୧୯;ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତ ରେ ଭତ୍ତା ପ୍ରଦାନରେ ଅନିୟମିତତା ନେଇ ସ୍ଥାନୀୟ ବାସିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ଅଧିନସ୍ଥ ବରପଲ୍ଲୀ,ଜକରାପଲ୍ଲୀ,ବି.ଜଗନ୍ନାଥପୁର ଗ୍ରାମର ବହୁ ବୃଦ୍ଧ,ବିଧବା,ଅବିବାହିତ ,ଭିନ୍ନଷମ ବ୍ୟକ୍ତି ଙ୍କୁ ଭତ୍ତା ମିଳିନଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିଜଣାଇଥିଲେ।ଶତାଧିକ ହିତାଧିକାରୀ ଏହି ସମୟରେ ଉପସ୍ଥିତ ରହିଥିଲେ। ସରକାର ଙ୍କ ତରଫରୁ ବିଭିନ୍ନ ଭତ୍ତା ପାଇଁ କେତେକ ନିଦ୍ଧିଷ୍ଟ ନିୟମ ଥିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ଏହିପରି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଯେଉଁ ହିତାଧିକାରୀ ଙ୍କ ବିପିଏଲ ଅଛି ସେହି ହିତାଧିକାରୀ ମାନେ ଶୀଘ୍ର ପାଇବେ ଏବଂ ଅନ୍ୟମାନେ ପାଇବାରେ କିଛିଟା ବିଳମ୍ବ ହେବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here