ହାଇକୋର୍ଟ ର ସ୍ଥାୟୀ ବେଂଚ ଦାବୀ ରେ ରାସ୍ତା ରୋକ

0
355

ବ୍ରହ୍ମପୁର, ୨୯/୮/୧୯ ; ବ୍ରହ୍ମପୁର ରେ ହାଇକୋର୍ଟ ର ସ୍ଥାୟୀ ବେଂଚ୍ ଦାବୀ ରେ ଗଞ୍ଜାମ ଓକିଲ ସଂଘ ଙ୍କ କାର୍ଯ୍ୟ ବନ୍ଦ ଆଜି ୨ୟ ଦିନ ରେ ସଂଘ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ପରେ,କମାପଲ୍ଲି ଛକ ଠାରେ ରାସ୍ତାରୋକ କରାଯାଇଥିଲା,ଯଦ୍ବାରା ଯାତାୟାତ ରେ କିଛି ସମୟ ପାଇଁ ବ୍ୟାଘାତ ଘଟିଥିଲା। ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଆଇନଜୀବୀ ମାନେ ପ୍ରକାଶ କରିଛନ୍ତି।ସଂଘ ର ସଭାପତି ରବି ପାଣିଗ୍ରାହୀ, ସଂପାଦକ କୈାଲାଶ ପାଣିଗ୍ରାହୀ, ସହସମ୍ପାଦକ କିରଣ କୁମାର ମଣ୍ଡଳ, ଉପସଭାପତି ଚିତ୍ତରଞ୍ଜନ ଶତପତି ସମେତ ଆଇନଜୀବୀ ବସନ୍ତ ପଣ୍ଡା, କୁନାଲ ସାହୁ, ପ୍ରକାଶ ଦାସ, ରଘୁନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here