ଗଜପତି ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରାଜ୍ୟ ଅନୁସୂଚିତଜାତି ଓ ଜନଜାତି ମନ୍ତ୍ରୀଙ୍କ ଗଜପତି ଗ୍ରସ୍ତ

0
470

ପାରଳାଖେମୁଣ୍ଡି ୧/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରାଜ୍ୟ ଅନୁସୂଚିତଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏକ ଦିନିକିଆ ଗଜପତି ଗ୍ରସ୍ତ ଆସି ଏଠାରେ ଯୋଜନା ବୋର୍ଡ଼ର ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।ଅପରାହ୍ନ ୪ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ନୀଳନି କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ସେହି ବୈଠକରେ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ଜିଲ୍ଲା ବୋର୍ଡ ଅଧ୍ୟକ୍ଷ ଦାୟିତ୍ବରେ ରହିଥିବା ଯୋଗୁଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନକୁ ନେଇ ଏବଂ ତାହା ସାଧାରଣରେ ପହଞ୍ଚିବାକୁ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଗଜପତି ଜିଲ୍ଲା ଏକ ଜନଜାତି ସମ୍ପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଷୟରେ ଆଲୋଚନା କରିଥିଲେ। ଗତବର୍ଷ ଏଠାରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ଶତକଡ଼ା ୮୩ ଭାଗ ପାସ କରିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ଏଠାରେ ସମୁଦାୟ ୬ ଲକ୍ଷ ଲୋକ ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୨୫ ହଜାର ବାଦ୍ୟାଥି ରହୁଥିବା ଜଣାପଡିଛି। ୩୪ ହଜାର ପିଲାଙ୍କ ବିଦ୍ୟାଳୟ ସ୍କୋଲାରସିପ ପାଇଁ ମୋଟ ୨୬ କୋଟି ଟଙ୍କା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ମଧ୍ୟମରେ ଖଚ ହୋଇଥିବା ସୂଚନା ଦେଇଛନ୍ତି। ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାରତରେ ଗଜପତି ଜିଲ୍ଲା ଏକ ପ୍ରଥମ ଶ୍ରେଣୀ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଗଜପତି ଜିଲ୍ଲାରେ ଆୟୋଜିତ ହୋଇଥିବା ଟିଚ୍ ଗଜପତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିବା ଏହି ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏହି ଟିଚ୍ ଗଜପତି କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମନ୍ତ୍ରୀଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋତିମୟ ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟାନ୍ୟ ପ୍ରମୁଖ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here