ପୁଣି ଜଣେ ନକଲି ସାମ୍ବାଦିକ ଅଟକ

0
204

ବ୍ରହ୍ମପୁର,୧/୯/୧୯;ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତଗତ ଦକ୍ଷିଣପୁର ଗ୍ରାମରେ ରବିବାର ରାତ୍ର ୭ ଟାରେ ପୁଣି ଜଣେ ନକଲି ସାମ୍ବାଦିକଙ୍କୁ ଗ୍ରାମବାସୀ ଧରିଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ, ରବିବାର ରାତ୍ର ୭ଟା ସମୟରେ ଦକ୍ଷିଣପୁର ଗ୍ରାମର ରମାକାନ୍ତ ବେହେରା ମୁଖ୍ୟରାସ୍ତା କଡରେ ଥିବା ସମୟରେ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ଏକ ଆପାଚି ବାଇକ (ଓଡି ୦୭ ଓ୍ବାଇ ୮୫୧୯)ଧକ୍କା ଦେଇଥିଲା । ଫଳରେ ରମାକାନ୍ତ କୁ ଗଭୀର ଆଘାତ ଲାଗିଥିଲା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ପଠାଇ ଥିଲେ ସ୍ଥାନୀୟ ଲୋକେ। ଘଟଣା ପରେ ଗ୍ରାମବସୀ ବାଇକ ଚାଳକଙ୍କୁ ଉଠାଇବା ସମୟରେ ସେ ଗ୍ରାମବାସୀଙ୍କୁ ଗାଳି ଗୁଲଜ କରି ନିଜକୁ ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ପରିଚୟ ଦେଇଥିଲେ କିନ୍ତୁ ଗ୍ରାମବାସୀ ପରିଚୟ ପତ୍ର ମାଗିବାରୁ ସେ କିଛି ଦେଖାଇ ପାରିନଥିଲେ । ଗାଡିଟିରେ ୩ ଜଣ ବସି ଦୃତ ଗତିରେ ଯାଉଥିବା ଜଣାପଡିଛି। ଏନେଇ ଗ୍ରାମବାସୀ ସଦରଥାନା କୁ ଖବର ଦେବାପରେ ପୁଲିସ ବାଇକଟିକୁ ଜବତ କରିଛି ଏବଂ ବାଇକ ଚାଳକକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here