ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସଵ ପାଳିତ

0
663

ଦିଗପହଣ୍ଡି,୩/୯(ରବି କୁମାର ଶର୍ମା)
ଦିଗପହଣ୍ଡି ସହର ସମେତ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଶ୍ରୀ ଗଣେଶ ଚତୁର୍ଥୀ ମହୋତ୍ସବ ମହା ଆଡମ୍ବର ସହକାର ରେ ପାଳିତ ହୋଇଯାଇଛି । ସହରର ବଜାର ସାହି, ଅଞ୍ଚଳ କଲୋନୀ, ଚିକିଟି ରୋଡ଼, ମେଡିକାଲ ନିକଟ ଆଦି ସ୍ଥାନମାନଙ୍କରେ ସୋମବାର ସକାଳୁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସକାଳୁ ପୂଜାମଣ୍ଡପ ମାନଙ୍କୁ ଗଙ୍ଗା ଆବାହନ କରିବା ପରେ ନୀତିକାନ୍ତି ମୁତାବକ ଯଜ୍ଞ ହୋମ ଆଦି ଅନୁଷ୍ଠିତ ହେବା ପରେ ସନ୍ଧ୍ୟାରେ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଯାଇଛି। ବଜାର ସାହି ଗଣେଶ ପୂଜା କମିଟି ୩୯ତମ ଏବଂ ଅଂଚଳେଶ୍ୱରୀ ଗଣେଶ ପୂଜା କମିଟି ୧୧ତମ ପୂଜା ମହୋତ୍ସବ ପାଳନ କରୁଥିବାରୁ ସ୍ୱତନ୍ତ୍ର ଭାବେ ଉତ୍ସଵ ପାଳନ ହେଉଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବ୍ଲକର କୁଶପଡା, ରାଜପୁର, ଗୋକର୍ଣ୍ଣପୁର, ଅନାଙ୍ଗପୁର,ସିଦ୍ଧେଶ୍ୱର, ଗଣିଆନାଳ, ପଦ୍ମନାଭପୁର, ଓଡ଼ାସିଙ୍ଗି, ଭୀଷ୍ମଗିରି ଆଦି ଅଞ୍ଚଳରେ ଗଣେଶ ପୂଜା ପାଳିତ ହୋଇଯାଇଛି।ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଚତୁର୍ଥୀ ଉତ୍ସଵ ଅବସରରେ ନାମ ଲେଖା ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି। ସେପରି ପଦ୍ମନାଭପୁର ଗ୍ରାମର ସାନ ଡୋରାସାହିରେ ଶ୍ରୀ ଗଣେଶ ଚତୁର୍ଥୀ ମହୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ନୀତିକାନ୍ତି ମୁତାବକ ହୋମ ଆଦି ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ସମୟରେ ଆଳତୀ ଓ ପୁଷ୍ପାଞ୍ଜଳୀ କାଯ୍ୟକ୍ରମ ହେଇଯାଇଛି। ଏହି ପୂଜାରେ ଜି. ଦିଲେସୁ, ୟୁ. ଗୁରୁମୂର୍ତ୍ତି. ପ୍ରଦୀପ ସାହୁ ଓ ସାହୁ ଗୁଫ୍ ର ସମସ୍ତ ଯୁବ ସଦସ୍ଯ ମିଳିମିଶି ଏହି ପୂଜା କରିଥିଲେ।

LEAVE A REPLY

Please enter your comment!
Please enter your name here