କୃପାଳୁ ଶିଶୁ ସାହିତ୍ୟ ଆସନ ପକ୍ଷରୁ ନୂଆଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
643

ପାରଳାଖେମୁଣ୍ଡି ୩/୯- ପାରଳାଖେମୁଣ୍ଡି ସହରରେ ଥିବା ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଆୟୋଜିତ “ଜାଗରଣ” ଅଭିଯାନର ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସନ ପକ୍ଷରୁ “ନୂଆଖାଇ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଠାରେ ଥିବା ଅନାଥାଶ୍ରମ ଟ୍ରଷ୍ଟ ପାଳନ କରି ଉଦଯାପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକରେ ବାଲ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ବିଚିତ୍ରା ନନ୍ଦ ବେବତା ଯୋଗ ଦେଇ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭାଗବତ ପାଢୀ , ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସଂଯୋଜୀକା ଶିବାନୀ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ କୁମୁଦିନୀ ଭୁକ୍କା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବିଭିନ୍ନ ଆଲୋଚନା ମାଧ୍ୟମରେ ସଫଳ କରିଥିଲେ। ପ୍ରଥମ ଦିବସରେ ବାଲ ମୁକୁନ୍ଦ କେନ୍ଦ୍ର ଠାରେ ସ୍ଵାସ୍ଥ୍ୟ ସଚେତନତା ଓ ଭଗବାନ ଗଣେଶଙ୍କ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦୂତୀୟ ଦିବସରେ ଶ୍ରୀ ଗଣେଶ ପୂଜା ରାଧାଗୋବନ୍ଧ ଧାମ ଠାରେ ସତସଙ୍ଗ ସୁପ୍ରଭା ପଟ୍ଟନାୟକ , ଲକ୍ଷ୍ମୀ ଚରଣ ଭୂପତି ଏବଂ ଗୋରି ଶଙ୍କର ମହାରଣା ପ୍ରମୁଖ ମାର୍ଗ ଦର୍ଶନରେ ପାଳିତ ହୋଇଥିଲା । ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର ଶୀର୍ଷକ ” ନୂଆଖାଇ” ଆଲୋଚନାରେ ନବଜୀବନ ଟ୍ରଷ୍ଟର ଅନ୍ତେବାସୀ ବାଲ ମୁକୁନ୍ଦ କେନ୍ଦ୍ରର ଶିଶୁ ମାନେ ଉପସ୍ଥିତ ସମସ୍ତ ଅତିଥି ମାନେ ଅଂଶଗ୍ରହଣ କରିଥିଲେ। ସୁନୀତା ମହାପାତ୍ର, ଜୟନ୍ତୀ ରଇତ, ଟୁନୀ କାଞ୍ଚି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପ୍ରମୁଖ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସ୍ବେଛାସେବୀ କୃଷ୍ଣ ଚନ୍ଦ୍ର ପାଢୀ ସହଯୋଗ କରିଥିଲେ। କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୈଧିରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆମର ଧର୍ମ, ସଂସ୍କୃତି ଓ ପରମ୍ପରା ଠିକ୍ ବାଟରେ ପରିଚିତ କରିବାରେ ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ବେସ ଉପଦୟ ଓ ସାହାୟକ ହୋଇପାରିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here