ତାମ୍ପରା ରେ ବୁଡି ଜଣେ ମୃତ

0
340

ବ୍ରହ୍ମପୁର,୩/୯; ବ୍ରହ୍ମପୁର ସହରର ତିନି ଜଣ ଯୁବକ ଏକ କାର ନ° ଓଡି ୩୩ଏସ୫୬୨୨ଯୋଗେ ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା କୁ ଯାଇ ଗାଧେଇବା ସମୟରେ ଜଣେ ପାଣିରେ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସ୍ଥାନୀୟ ବୋର୍ଟ କ୍ଳବର ଦୁଇ ଜଣ ଯୁବକ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଅଗ୍ନିଶମ ବିଭାଗ ଶବକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ନେଇଛି ।ମୃତ ଯୁବକ ଜଣଙ୍କ ଗାନ୍ଧୀନଗର ଚିନ୍ମୟ ସାହୁ ବୋଲି କୁହାଯାଇଛି। ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି ଏବଂ ସେ ଭବାନିପାଟଣା ଠାରେ କାର୍ଯ୍ୟ ରତ ଥିଲେ ବୋଲି ଜଣାଯାଇଛି।ଭୋଜି କରିବା ପାଇଁ ସେ ତାମ୍ପରା ସାଙ୍ଗ ସାଥୀଙ୍କ ସହ ଆଜି ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here