ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦ୍ଧେଶକୁ ବିରୋଧ କରି ଜିଲ୍ଲାର ମିଳିତ ଶିକ୍ଷକ ସଂଘର ବୈଠକ

0
313

ପାରଳାଖେମୁଣ୍ଡି ,୪/୯;(ପ୍ରଭାତ ପାତ୍ର)ବିଦ୍ୟାଳୟରେ ଶିକ୍ଷକ -ଶିକ୍ଷୟିତ୍ରୀ ପହଞ୍ଚି ସେଠାରେ ବିଦ୍ଯାଳୟ ସହ ସେଲଫି ଫୋଟ ଉଠାଇ ଏବଂ ବିଦ୍ୟାଳୟର ସମ୍ପୃକ୍ତ ଶ୍ରେଣୀର ଉପସ୍ଥାନ ରେଜିଷ୍ଟର ଖାତାର ମୋବାଇଲ ଯୋଗେ ଫୋଟ ଉଠାଇ ଜିଲ୍ଲା ଶିକ୍ଷା ବିଭାଗକୁ ପଠାଇବା ବାଧ୍ୟତାମୂଳକ ବୋଲି ଆସିଥିବା ନିଦ୍ଧେଶାବଳିକୁ ଜିଲ୍ଲାର ସବୁ ବର୍ଗର ଶିକ୍ଷକ ସଂଘ ତଥା ଜିଲ୍ଲାର ମିଳିତ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ନଂ ୫୪୩୦/୧୯/୮/୧୯ ଅନୁଯାୟୀ ହ୍ନଟସପରେ ସେଲଫି ଓ ଉପସ୍ଥାନ ଖାତା ଫଟୋ ଚିତ୍ର ମୋବାଇଲ୍ ମାଧ୍ୟମରେ ପଠାଇବା ଏବଂ ବିଦ୍ୟାଳୟର ସମୟ ଘ ୯:୩୦ ରୁ ୪:୩୦ ପର୍ଯ୍ୟନ୍ତ କାର୍ଯ୍ୟକରିକୁ ଗଜପତି ଜିଲ୍ଲା ଶିକ୍ଷକ ସଂଘ ଏହାକୁ ତୀବ୍ର ବିରୋଧ କରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଗୁଡିଚା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ବର୍ଗର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପହଞ୍ଚି ସେଲଫି ଓ ଉପସ୍ଥାନ ଖାତା ଫଟୋ ଚିତ୍ର ମୋବାଇଲ୍ ମାଧ୍ୟମରେ ପଠାଇବା ଭଳି ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦ୍ଧେଶାବଳିକୁ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ବିରୋଧ ଓ ନିନ୍ଦା କରାଯାଇ ଏଭଳି ବିଭାଗୀୟ ନିର୍ଦ୍ଦେଶାବଳୀ ସମଗ୍ର ଶିକ୍ଷକ ସମାଜକୁ ଘୋର ଅପମାନ ବୋଲି ଏକ ସ୍ବରରେ ସମସ୍ତ ଆବାଜ ଉଠାଇଥିଲେ। ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କୁହାଯାଇଛି ଯେ ସାରା ରାଜ୍ୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକ ପୂର୍ବାହ୍ନ ଘ୧୦:୦୦ ରୁ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଗଜପତି ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଏ ଦିଗରେ ସମ୍ପୂର୍ଣ ଭାବରେ ବ୍ୟତିକ୍ରମ କରାଯାଇ ବିଦ୍ୟାଳୟ ସମୟ ପୂର୍ବାହ୍ନ ଘ ୯:୩୦ ରୁ ୪:୩୦ ସମୟ କରାଯିବା କେତେ ଦୂର ଯୁକ୍ତି ଯୁକ୍ତ । ଜିଲ୍ଲା ଶିକ୍ଷା ବିଭାଗ ପ୍ରଶାସନର ଜିଲ୍ଲାର ଶିକ୍ଷକ ମାନଙ୍କ ପ୍ରତି ଘୋର ଅବିଚାର ଓ ଅନ୍ୟାୟ ଯାହାକି ଜିଲ୍ଲା ଶିକ୍ଷକ ସମାଜକୁ ମାନସିକ ଅସ୍ଥିରତା ଓ ଚାପ ସୃଷ୍ଟି କରାଯାଇଛି ବୋଲି ଶିକ୍ଷକ ସଂଘ ଦୃଢ ଅଭିଯୋଗ କରାଯାଇଛି। ବିଦ୍ୟାଳୟ ଗୁଡ଼ିକରେ ତଦାରଖ କରିବା ପାଇଁ ବ୍ଲକରୁ ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ସିଆରସିସି, ବିଇଓ, ଏବିଇଓ, ବିଆରସିସି ଏବଂ ଡିଇଓ ପ୍ରମୁଖ ରହିଥିବା ସତ୍ତ୍ବେ ଏଭଳି ସେଲଫି ଓ ଉପସ୍ଥାନ ରେଜିଷ୍ଟର ଖାତାର ଫଟୋ ଚିତ୍ର ନ ପଠାଇବା ପାଇଁ ସମସ୍ତେ ବର୍ଗର ଶିକ୍ଷକ ସଂଘର ଉପସ୍ଥିତି ଓ ସର୍ବ ସମ୍ନତି କ୍ରମେ ସ୍ଥିର କରାଯାଇ ନିଷ୍ପତ୍ତି ନିଆ ଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ , ଜିଲ୍ଲା ଶିକ୍ଷା ବିଭାଗ ପ୍ରଶାସନର ଏଭଳି ନିଦ୍ଧେଶକୁ ସମ୍ପୂର୍ଣ୍ଣ ପ୍ରତାହାର କରି ନେବାକୁ ଅନୁରୋଧ କରାଯାଇଛି। ଯଦି ଏଭଳି ନିଷ୍ପତି ପ୍ରତିହାର କରାନଯାଏ ତାହା ହେଲେ ଆଗାମୀ ଦିନରେ ସବୁ ବର୍ଗର ଶିକ୍ଷକ ସଂଘ ପକ୍ଷରୁ ଏହାର ଦୃତ ପ୍ରତିବାଦ କରାଯିବା ପାଇଁ ମଧ୍ୟ ସର୍ବ ସମ୍ନତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ଆବାହକ ତଥା ଜିଲ୍ଲା ସିଟି – ପ୍ରାଥମିକ ସଂଘର ସାଧାରଣ ସମ୍ପାଦକ ଦେବରାଜ ଜେନାଙ୍କ ତତ୍ଵଧ୍ୟାନରେ ଅନୁଷ୍ଠିତ ହୋଇଥିବାବେଳେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏସ. ଡିଲେଶ୍ଵର ରାଓ ସିଟ-ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏମ୍. ରବି କୁମାର ଏବଂ କେଡର ଜିଲ୍ଲା ସଭାପତି ଅମୂଲ୍ୟ କୁମାର ପାତ୍ର ଶିକ୍ଷା ସହାୟକ କନିଷ୍ଟି ଶିକ୍ଷକ ସଂଘର ଜିଲ୍ଲା ସଭାପତି ହୃଦୟା ନନ୍ଦ ପଣ୍ଡାଙ୍କ ଉପସ୍ଥିତିରେ ସମସ୍ତ ଆଲୋଚନା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ବୋଲି ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ପ୍ରେସ ବିବୃତ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here