ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

0
320

ପାରଳାଖେମୁଣ୍ଡି ୫/୯- ସ୍କୁଲକୁ ଠିକ୍ ସମୟରେ ପହଞ୍ଚିବ ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏକତ୍ରିତ ହୋଇ ସେଲଫି ପଠାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଦ୍ଧେଶ ଦେଇଥିଲେ। ହେଲେ ଏହାକୁ ବିରୋଧ କରି ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିଦ୍ଧେଶକୁ ବିରୋଧ କରିଥିଲେ। ଏହା ଶିକ୍ଷା ସମାଜ ପ୍ରତି କେବଳ ଅପମାନ ନୁହେଁ ବରଂ ଏହା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପରେ ଅଯଥା ଚାପ ବୋଲି ଅଭିଯୋଗ କରିଥିଲେ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଏହି ନିଦ୍ଧଶେ ନାମା ପ୍ରତ୍ୟାହାର ଦିଗରେ ପଦକ୍ଷେପ ଗ୍ରହଣ କରିନେଲେ ଆଗାମୀ ଦିନରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଏହି ଆନ୍ଦୋଳନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁମନ୍ତ ଚିନ୍ତାଡା, ଜିଲ୍ଲା ସିଟି ଶିକ୍ଷକ ସଂଘର ସଭାପତି ଏମ୍. ରବି କୁମାର , ସାଧାରଣ ସମ୍ପାଦକ ଦେବରାଜ ଜେନା, ଏକ୍ସ କେଡର ଶିକ୍ଷକ ସଂଘର ସଭାପତି ଅମୂଲ୍ୟ କୁମାର ପାତ୍ରଙ୍କ ସମେତ ସବୁ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here