ପୋଚିଲିମା ୫୯ ନଂ ଜାତୀୟ ରାଜପଥ : ଯାତାୟତ ବାଧାପ୍ରାପ୍ତ

0
200

ହିଞିଳିକାଟୁ ତା ୫/୯ ଗତକାଲି ଠାରୁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା ।ଏହାର ପ୍ରଭାବରେ ସହର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଛୁଟି ବେହାଲ ହୋଇଯାଇଛି ।ଗତ କାଲି ଠାରୁ ଗଞ୍ଜାମ ଜିଲ୍ଲାରେ ତୁହା କୁ ତୁହା ଲଗାଣ ବର୍ଷା ଯୋଗୁଁ ପୋଚିଲିମା ଛକ ନିକଟ ୫୯ ନଂ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରଭାବିତ ହୋଇଥିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।ଘୋଡାହାଡ଼ ନଦୀରେ ବଢି ଆସିବାରୁ ଏହି ଛକ ନିକଟ ରାସ୍ତା ଉପରେ ୨ରୁ ୩ଫୁଟ ପାଣି ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।ରାସ୍ତା ର ମଧ୍ୟ ଭାଗରେ କଲର୍ଭଟ ହେତୁ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ହୋଇ ନଥିବା ହେତୁ ଗୋଟିଏ ପାର୍ଶ୍ବରେ ପାଣି ୪ ଫୁଟ ରେ ରହିଥିଲା ।ଯାହାଫଳରେ ହିଞିଳିକାଟୁ -ବ୍ରହ୍ମପୁର ୫୯ ଜାତୀୟ ରାଜପଥ ଯାତାୟତ ବାଧାପ୍ରାପ୍ତ ଦେଖାଦେଇଛି। ପ୍ରାୟ ୪ଘଣ୍ଟା ଧରି ରାସ୍ତାର ୧ଶହ ମିଟର ଦୂରରେ ଉଭୟ ପାର୍ଶ୍ବରେ ମଟର ସାଇକେଲ ଓ ଦୁଇଚକିଆ ଯାନ ସହ ଶତାଧିକ ଲୋକ ଅଟକି ରହିଥିଲେ ।ପରେ ଜେସିବି ଆସି ଡିଭାଇଡ ପୋଲକୁ କିଛି ଅଂଶ ଖୋଳି ତାଡିବା ପରେ ଉପର ପଟରୁ ପାଣି ନିଷ୍କାସନ ହୋଇଥିଲା ।ଇତି ମଧ୍ୟରେ ସ୍ୱେଚ୍ଛାସେବୀ,ବିଜୁ ଯୁବବାହିନୀ,ତିରଙ୍ଗା ଯୁବକ ସଙ୍ଘର ସସଦ୍ୟ, କିଛି ଯୁବଗୋଷ୍ଠୀ ପଥଚାରିମାନଙ୍କୁ ଯାତାୟତରେ ସହଯୋଗ କରିଥିଲେ ।ଏହି ଲଗାଣ ବର୍ଷା ପ୍ରଭାବରେ ହିଞିଳିକାଟୁ ବ୍ଳକର ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବୁରୁପଡ଼ା, ଚାନ୍ଦୁଲି, ଖଣ୍ଡରା, ଖରିଡା,ଗିରିଆ ,ଆଲପୁର ଅଞ୍ଚଳର ଜନସାଧାରଣ ବନ୍ୟା ଆଶଙ୍କା ନେଇ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।ଏନେଇ ଗୁରୁବାର ସକାଳ ସମୟରେ ବ୍ଳକ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ବନ୍ୟା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।ରିପୋର୍ଟ ପ୍ରିୟବ୍ରତ ପଣ୍ଡା, ହିଞିଳିକାଟୁ

LEAVE A REPLY

Please enter your comment!
Please enter your name here