ଭିଜିଲାନ୍ସ ଜାଲ ରେ ଆର ଆଇ

0
637

ବ୍ରହ୍ମପୁର, ୫/୯/୧୯;ବ୍ରହ୍ମପୁର ଭିଜିଲାନ୍ସ ଜାଲ ରେ ପୁଣି ସରକାରୀ ବାବୁ। ସୋରଡା ତହସିଲ ଅଧିନ ଅସୁର ବନ୍ଦ ରାଜସ୍ବ ସର୍କଲ ଆର ଆଇ ବସନ୍ତ କୁମାର ମଲ୍ଲିକ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲ ରେ ଫସି ଛନ୍ତି।ଆର ଆଇ ମଲ୍ଲିକ,ଗାଜଲବାଡି ଗ୍ରାମ ର ଶ୍ରୀମତୀ ଦୁଃଖିୀ ମଲ୍ଲିକ ଙ୍କ ଘରବାରୀ ପଟ୍ଟା ପାଇଁ ରିପୋର୍ଟ ପ୍ରଦାନ ପାଇଁ ୪୦୦୦୦ ଟଙ୍କା ଦାବୀ କରିଥିଲେ। ଶ୍ରୀମତୀ ଦୁଃଖିୀ ମଲ୍ଲିକ ଏ ସଂପର୍କ ରେ ଭିଜିଲାନ୍ସ ବିଭାଗ ରେ ଜଣାଇବା ପରେ, ଭିଜିଲାନ୍ସ ବିଭାଗ ଆଜି ଆର ଆଇ ବସନ୍ତ କୁମାର ମଲ୍ଲିକ ଲାଂଚ ଗ୍ରହଣ କରିବା ସମୟ ରେ କାବୁ କରିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ କେଶ ନଂ ୨୩/ତା-୫-୯-୧୯ ରେ ମାମଲା ରୁଜୁ କରିଥିବା ଭିଜିଲାନ୍ସ ଏସପି ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here