କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ

0
360

ଦିଗପହଣ୍ଡି ,୫/୯/୧୯ ; କଥାରେ ଅଛି “ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର” ତେଣୁ ଗୁରୁ ଏବଂ ଶିଷ୍ୟଙ୍କ ମହାନ ପରମ୍ପରାକୁ ନେଇ ଆଜିର ଦିନକୁ ପବିତ୍ର ଗୁରୁଦିିବାସ ଗୁରୁଦିବସ ରୂପେ ପାଳନ କରାଯାଏ। ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ।ଏହି ଅବସରରେ ଦିଗପହାଣ୍ଡି ବ୍ଲକ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତଥିଲେ।ପ୍ରଥମେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହାପରେ ପ୍ରଧାନ ଶିକ୍ଷକ ଗୁରୁଶିଷ୍ୟଙ୍କ ପରମ୍ପରା ସମ୍ପର୍କରେ ବୁଝାଇ ଥିଲେ ଏବଂ ବିଦ୍ୟାଳୟ ହେଉଛି ଗୋଟିଏ ମଣିଷ ତିଆରି କାରଖାନା ତେଣୁ ଛାତ୍ରଛାତ୍ରୀ ମାନେ ଗୁରୁଙ୍କ ଉପଦେଶ ଗ୍ରହଣ କଲେ ଭଲ ପାଠ ପଢିପାରିବ ଏହା ସହିତ ଭଲ ମଣିଷଟିଏ ହୋଇପାରିବ। ଭଲ ମଣିଷଟିଏ ହୋଇ ପାରିଲେ ନିଜ ଦେଶର ଓ ନିଜ ମାତୃଭୂମିର ଗୌରବ ମଧ୍ୟ ଆଣିପାରିବ ବୋଲି ପ୍ରଧାନ ଶିକ୍ଷକ ଜଣାଇଥିଲେ।ଏହା ସହିତ ପୂର୍ବତନ ରାଷ୍ଟ୍ରପତି ରାଧାକୃଷ୍ଣ କିପରି ତାଙ୍କ ଶିଷ୍ୟଙ୍କୁ ଭଲ ପାଉଥିଲେ ଜଣାଇଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଏଲ.କୃଷ୍ଣମୂର୍ତ୍ତି ଦୋରା,ରାମଚନ୍ଦ୍ର ସେଠୀ,ପ୍ରଭାକର ଘଡେଇ ଓ ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁ ପରିଚାଳନା କରିଥିଲେ।

ରିପୋର୍ଟ :ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here