ବାଇକ୍ ରୁ ଖସିଯାଇ ଜଣେ ଯୁବକ ଆହତ

0
221

ଦିଗପହଣ୍ଡି,୬/୯/୧୯;ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟସ୍ଥ ପଦ୍ମନାଭପୁର ଓଡାସିଙ୍ଗି ମୁଖ୍ୟ ର ରାସ୍ତାରେ ବାଇକ୍ ରୁ ଖସିଯାଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ଚୁଡଙ୍ଗପୁର ଗ୍ରାମର ବିଜୟ ନାୟକ । ବିଜୟ ନିଜ ବାଇକ୍ ନଂ ଓଡି ୦୭ ଜେଡ୍ ୧୦୨୯କୁ ନେଇ ଗୁହାଳପୁର ଗ୍ରାମରୁ ଦିଗପହଣ୍ଡି ଅଭିମୂଖେ ଯାତ୍ରା କରୁଥିଲେ । ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ଭିଜିଯାଇ ରହିଥିବା ବେଳେ ହଠାତ୍ ଭାରସାମ୍ୟ ରଖିନପାରି ବାଇକ୍ଟି ରାସ୍ତା ଉପରେ ଖସିଯାଇ ରାସ୍ତା ପାଶ୍ୱର୍ରେ ରହିଥିବା ଗାର୍ଡ ୱାଲ୍ ପାର କରି ଜମି ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟା ପର୍ଣ ହେବାରୁ ଡାକ୍ତର ତାଙ୍କୁ ଵ୍ରହ୍ମପୁର ପଠାଇ ଦେଇ ଛନ୍ତି ।

*ରିପୋର୍ଟ: ରବିକୁମାରଶର୍ମା*

LEAVE A REPLY

Please enter your comment!
Please enter your name here