ବଦଳିଲା ୧୮୫୭ ମସିହାର ବଡ଼ ଘଣ୍ଟା : ଆଜି ଲାଗିଲା ଦିଲ୍ଲୀରୁ ଆସିଥିବା ସମାନ ଆକାରର ରୋମାନ ଲେଟର ଥିବା ଘଣ୍ଟା

0
426

ପାରଳାଖେମୁଣ୍ଡିର ଗୌରବ ଓ ସ୍ମୃତି ବହନ କରୁଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସର୍ବ-ପୂରାତନ ତଥା ୧୮୫୭ ମସିହାରେ ବିଦ୍ୟାଳୟର ଶିଖରରେ ବ୍ରିଟିଶ ଅମଳର ବଡ଼ ଘଣ୍ଟା ଦୀର୍ଘ ୫୦ ବର୍ଷ ଧରି ଖରାପ ଓ ସମ୍ପୁର୍ଣ୍ଣ ଅଚଳ ହୋଇ ପଡ଼ିଥିବା ଫଳରେ ଆଜି ସେହି ଘଣ୍ଟାକୁ ବଦଳା ଯାଇ ତା’ସ୍ଥାନରେ ଦିଲ୍ଲୀରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଆସିଥିବା ନୁଆ ସମାନ ଆକାରର ରୋମାନ ଲେଟର ଥିବା ଘଣ୍ଟା ଲଗାଯାଇଛି ।
ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟର ୧୯୭୮ ମସିହା ବେଚ’ର କେତେକ ପୂରାତନ ଛାତ୍ରଙ୍କ ମିଳିତ ପ୍ରଚେଷ୍ଠା ବଳରେ ନୂତନ ବଡ଼ ଘଣ୍ଟା ଲାଗିବାର ସ୍ବପ୍ନ ଆଜି ସାକାର ହୋଇଛି । ଯାହାକି , ସବୁ ମହଲରେ ସେମାନେ ପ୍ରଶଂସା’ର ପାତ୍ର ହୋଇ ପାରିଛନ୍ତି ।
୧୮୫୭ ମସିହାରୁ ଚାଟଶାଳୀ ଥିବା ଏହି ଅନୁଷ୍ଠାନ’ଟି ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ଓ ପରେ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ହୋଇଥିଲା ପାରଳାଖେମୁଣ୍ଡି’ର ତତକାଳୀନ ମହାରାଜା ଗୌରଚନ୍ଦ୍ର ଗଜପତି ଙ୍କ ସମୟରେ । ହେଲେ ସେତେବେଳେ ସମୟ ଦେଖିବା ପାଇଁ ଘଣ୍ଟା’ର ଅଭାବୀ ଅନୁଭବ କରି ମହାରାଜ ଗୌରଚନ୍ଦ୍ର ଏହି ଘଣ୍ଟାକୁ ମାଡ୍ରାସ’ରୁ ଆଣି ବିଦ୍ୟାଳୟର ସମ୍ମୁଖ ଭାଗର ଶୀର୍ଷରେ ସ୍ଥାପନ କରିଥିଲେ । ଏଥିପାଇଁ ସେଠାରେ ଏକ ସ୍ବତନ୍ତ୍ର କୋଠରୀ ଏବଂ ଉପରକୁ ଚଢି ଘଣ୍ଟା’ର ରକ୍ଷଣା ବେକ୍ଷଣ କରିବାପାଇଁ ପାହାଚ’ର ବ୍ୟବସ୍ଥା ମଧ୍ୟ କରିଥିଲେ । ସେହି ପୁରୁଣା ବ୍ରିଟିଶ ଅମଳର ବଡ଼ ଘଣ୍ଟା’ର ଓଜନ ପ୍ରାୟ ୩୦ କେଜି ହେଵ ଏବଂ ତାହା କେଉଁ ଧାତୁରେ ନିର୍ମିତ , ତାହା ଠିକ ଭାବେ ଜଣା ପଡିନାହିଁ ।
ଏହି ବ୍ରିଟିଶ ଅମଳ’ର ଘଣ୍ଟ ଏଠାରେ ସ୍ଥାପନ କରାଯିବା ପୁର୍ବରୁ , ପାରଳାଖେମୁଣ୍ଡି ସହରକୁ ସେତେବେଳେ ଯିବା ଆସିବା କରୁଥିବା ଆଖପାଖ ଅଞ୍ଚଳର ଲୋକେ ମହାରାଜାଙ୍କ ପ୍ୟାଲେସ୍’ର ବାଜୁଥିବା ଘଣ୍ଟା ଶବ୍ଦ ଶୁଣି ସମୟ ଜାଣି ପାରୁଥିଲେ । ଏ ଦିଗରେ ଲୋକଙ୍କ ଅଧିକ ସୁବିଧା ନିମନ୍ତେ ଘଣ୍ଟା ସମୟ ଦେଖି ଜାଣିବା ପାଇଁ ମହାରାଜ ଗୌରଚନ୍ଦ୍ର ଗଜପତି ସୁଦୂର ମାଡ୍ରାସ’ରୁ ଏକ ବିରାଟ କାୟ ୩ ଫୁଟ ଲମ୍ବା ଓ ୩ ଫୁଟ ଚଉଡା’ର ଘଣ୍ଟା ଆଣି ବିଦ୍ୟାଳୟର ଶିଖରରେ , ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଠିକ ଭାବେ ସମୟ ଦେଖି ଜାଣି ପାରିବା ଭଳି ଲଗାଇଥିଲେ । ଏହି ଘଣ୍ଟା ସେତେବେଳେ କେବଳ ଜଡ଼ା ତେଲ ପକାଇବା ଦ୍ବାରା ଠିକ ଭାବେ ଚାଲୁଥିଲା , ହେଲେ ଏହାର ଠିକ ଭାବେ ରକ୍ଷଣା ବେକ୍ଷଣ କରା ନ ହେବା ଫଳରେ ଏହା ସମ୍ପୁର୍ଣ୍ଣ ଅଚଳ ହୋଇପଡ଼ିଥିଲା ଦୀର୍ଘ ୫୦ ବର୍ଷ ହେଲାଣି ।
ଏହି ନୁଆ ଘଣ୍ଟା ଏଠାରେ ସ୍ଥାପନ କରାଯିବା ଦିଗରେ ବିଦ୍ୟାଳୟର ୧୯୭୮ ବେଚ’ର ପୂରାତନ ଛାତ୍ର ଶିବ ପ୍ରସାଦ ପଟନାୟକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ , ଯିଏ କି ପାରଳାଖେମୁଣ୍ଡି ବାସିନ୍ଦା ଏବଂ ଭାରତୀୟ ବାୟୁ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ସେ ବର୍ତ୍ତମାନ ନୂଆଦିଲ୍ଲୀ ଠାରେ ଥିବା ନୋକିଆ ମୋବାଇଲ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟରତ । ଏ ସମ୍ପର୍କରେ ସେ ଆଧିକ୍ ସୁଚନା ଦେଇ କହିଛନ୍ତି ଯେ , ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟରେ ଥିବା ଏହି ବ୍ରିଟିଶ ଅମଳ’ର ଅଚଳ ଘଣ୍ଟା ଦେଖି ସାଙ୍ଗ ମାନଙ୍କୁ ତାହା ବଦଳାଇ ଟା ଜ଼ଥଣ୍ରେ ଅନ୍ୟ ଏକ ସମାନ ଆକାରର ଏବଂ ରୋମାନ ଲେଟର ଥିବା ଘଣ୍ଟା ଲଗାଇବା ପାଈଁ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ବୃନ୍ଦାବନ ରାଓଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଲୋଚନା ମଧ୍ୟ ସଫଳ ହୋଇଥିଲା । ଏହାପରେ ସେ ଦିଲ୍ଲି ଯିବା ପରେ ସେଠାରେ ସିମାଦ୍ରି ନାୟକ ଓ ଟଙ୍କାର ଜଣେ ଠିକାଦାର ସହିତ ମିଶି ସମାନ ଆକାରର ଓ ରୋମାନ ଲେଟର ଥିବା ଘଣ୍ଟା କିଣିଥିଲେ ।
ଏହି ଘଣ୍ଟା’ଟି ବିଦ୍ୟାଳୟର ସମ୍ମୁଖ ଭାଗର ଶୀର୍ଷରେ ଲାଗିଥିବା ବେଳେ ତଳେ ଥିବା ସଭାଗୃହ କାନ୍ଥ ପାର୍ଶ୍ୱରେ ଜିପିଏସ:ମୋଟର ସହିତ ଏକ ଚିପ୍ ଲାଗି ରହିଛି । ଏହି ଜିପିଏସ ମୋଟର’ଟି ମୋଟ ୪ ଟି ସେଟଲାଇଟ’ର ସମ୍ପୁର୍ଣ୍ଣ ଡାଟା ସଂଗ୍ରହ କଲାପରେ ଘଣ୍ଟା’ର ଯେଉଁ ସମୟ ଦେବ , ତାହାହିଁ ଆମର ଭାରତୀୟ ସମୟ ଏବଂ ଏହି ଦିଲ୍ଲୀ ଘଣ୍ଟା ବିଦ୍ୟାଳୟ ଶିଖରରେ ଫିଟିଙ୍ଗ କରିଥିଲେ ଚନ୍ଦ୍ର ଶେଖର ମହାରଣା । ଏଥିପାଇଁ ତାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ବୋଲି କହିଥିଲେ ।
ପୁରୁଣା ଘଣ୍ଟା’ଟି ପାରଳାଖେମୁଣ୍ଡିର ଗୌରବ ଓ ସ୍ମୃତି ବହନ କରୁଥିବା ଯୋଗୁଁ ତାହା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କକ୍ଷରେ ମ୍ୟୁଜିଅମ ଭଳି କରାଯାଇ ରଖାଯିବ ବୋଲି ପୂରାତନ ଛାତ୍ର ତଥା ଏହି ଘଣ୍ଟା ସ୍ଥାପନ କରାଯିବାରେ ସମସ୍ତ ଓ ସବୁ ପ୍ରକାର ସହଯୋଗ କରିଥିବା ପୂରାତନ ଛାତ୍ରମାନେ କହିଛନ୍ତି
——————————–

ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here