କଂଗ୍ରେସ ଦଳର ବନ୍ଧୁ ମିଳନ

0
193

ହିଞିଳିକାଟୁ : ୮/୯ (ନିପ୍ର) ହିଞିଳିକାଟୁ ନିର୍ବାଚନ ମଣ୍ଡଳୀ ତଥା ବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ପଳାସୀ ଗ୍ରାମରେ କଂଗ୍ରେସର ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି।ରବିବାର ହିଞିଳିବ୍ଳକ କଂଗ୍ରେସ ସଭାପତି ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବନ୍ଧୁ ମିଳନ ବୈଠକ ଆୟୋଜିତ ହୋଇଥିଲା ।ହିଞିଳି ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରୁ କଂଗ୍ରେସର ପଦ ଅଧିକାରୀ ପ୍ରତିନିଧି ସଦସ୍ୟ ଯୋଗଦେଇଥିଲେ ।ଏହି ଅବସରରେ କୃଷି ଓ କୃଷକ ଙ୍କ ବିଷୟରେ ଆଲୋଚନା କରାଯାଇଥିଲା।ଚଳିତ ଲଗାଣ ବର୍ଷାରେ ଧାନ ଓ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଠାରେ କ୍ଷତି ହୋଇଥିବା ଚାଷୀ ଭାଇ ମାନଙ୍କ ପାଇଁ ମାଗଣା ସାର ଓ ବିହନ ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।ପରେ ଏହି ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଯୋଜନା ସରକାର ଯୋଗାଇ ଥିଲେ ମଧ୍ୟ ତାହା ଠିକ ସେ କାର୍ଯ୍ୟ ହେଉ ନଥିବା ଜଣାଯାଇଛି ।ବିଭିନ୍ନ ପଞ୍ଚାୟତ ରେ ସଡ଼କ ଯୋଜନା ରାସ୍ତା ଘାଟ ଠାରୁ ଆରମ୍ଭ କରି ଆବାସ ଯୋଜନା,ପାଇଖାନା ସବୁ ବହୁତ ନିମ୍ନମାନର କାମ ହୋଇଥିବ ପ୍ରସ୍ତାବ ରଖିଥିଲେ । ଏସବୁ ନିମ୍ନମାନର କାର୍ଯ୍ୟ ନେଇ ଦଳ ପକ୍ଷରୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନଥିବା କୁହାଯାଇଛି ।ଏନେଇ ଦଳ ପକ୍ଷରୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି ।ସରକାରଙ୍କ ପକ୍ଷରୁ ନିମ୍ନମାନର କାର୍ଯ୍ୟ ଗୁଡ଼ିକ କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ ସହ ବିକ୍ଷୋଭ କରାଯିବ ।ଅନ୍ୟମାନଙ୍କ ମଧ୍ୟରେ ପୋୖର ସଭାପତି ସୁନାରାମ ସାବତ, କୃଷକ ସେଲର ରାମନାରାୟଣ ବିଶ୍ୱାସରାୟ, ରାଜେନ୍ଦ୍ର ପ୍ରଧାନ,ରାମକୃଷ୍ଣ ପଣ୍ଡା, ପର୍ଶୁରାମ ସାହୁ,ଭଗବାନ ପଣ୍ଡା, ଆନନ୍ଦ ପାଠୀ,ବନମାଳୀ ସାହୁ,ଜୁର ମହାନ୍ତି,ଏ ମୁର୍ମୁ,ଲଷ୍ମୀ ନାହାକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here