ଏସ. କେ. ସି . ଜି ମହାବିଦ୍ୟାଳୟରେ “ଓସୁ”ର ପ୍ରତ୍ୟାପଣ ସଭା

0
258

ପାରଳାଖେମୁଣ୍ଡି ୮/୯- ଆଜି ଦିନ ୧୧ ଘଣ୍ଟା ସମୟରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଡିଟରିୟମ୍ ହଲରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ତରଫରୁ ଏକ ପ୍ରତ୍ଯାପଣ ସଭା ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ତଥା ୧୦୦୧ ତମ ଶାଖା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏ ବର୍ଷ ଯୋଗଦେଇଥିବା ନୂଆ ଶିକ୍ଷାଥୀ ମାନଙ୍କ ନିମନ୍ତେ ଏକ ପ୍ରତ୍ୟାପଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ “ଓସୁ”ର ସଂଯୋଜକ ତଥା ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସମସ୍ତ ଶିକ୍ଷାଥୀ ମାନଙ୍କୁ ଅଭିନ ନ୍ଧନ ଜଣାଇବା ସହିତ “ଓସୁ”ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର. ଇନ୍ଦୁଭୁଷଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାଥୀ ମାନଙ୍କୁ ଉଦ୍ ବୋଧନ ଦେବା ସହିତ ଶିକ୍ଷାଥୀ ମାନେ ଓସୁ ମାଧ୍ଯମରେ କିପରି ନିଜର କେରିୟର ବନାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତାଭାବେ ଓଡ଼ିଆ ବିଭାଗର ବରିଷ୍ଠ ପ୍ର. ଶ୍ରୀମତୀ ଗାୟତ୍ରୀ ଦେବି ଯୋଗଦେଇ ନୂତନ ଶିକ୍ଷାଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷା ଗ୍ରହଣ କରିବା ପାଇଁ ନିଦ୍ଧିଷ୍କ ବିୟସର କୈାଣସି ଆବଶ୍ୟକ ନଥାଏ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଉଭିଦ ବିଞାନ ବିଭାଗର ପ୍ର. ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ର. ସୁନନ୍ଦା ପଟ୍ଟନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ “ଓସୁ”ର ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ସଭାରେ ଓସୁରେ ଯୋଗଦେଇଥିବା ସମସ୍ତ ଶିକ୍ଷାଥୀ , ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ,ଅଧ୍ୟାପକା, କର୍ମଚାରୀ ଗଣ ଅଂଶ ଗ୍ରହଣ କରି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here