ଦିଗପହଣ୍ଡି: ବେଆଇନ ମଦ ଦୋକାନ ଧରପଗଡ

0
212

ଦିଗପହଣ୍ଡି,୮/୯/୧୯ ;ଗତ କିଛି ଦିନ ହେଲା ଦିଗପହଣ୍ଡି ଥାନାଞ୍ଚଳରେ ଚାଲିଥିବା ବେଆଇନ ମଦ ବିକ୍ରୀ ଆଡ୍ଡା ମାନଙ୍କରେ ପୋଲିସର କ୍ରମାଗତ ଛାପା ମରାଯାଇ ଅନେକ ଜବତ ଏବଂ ବିକ୍ରେତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ମାନଙ୍କରେ ଧରପଗଡ କରାଯାଇ ବିପୁଳ ପରିମାଣର ଜବତ କରାଯିବା ସହିତ ନିଶାବେପାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଦିଗପହଣ୍ଡି ଥାନା ଅଧିକାରୀ ବୀରପଟଣା ଗାଁରେ ଥିବା ଏକ କୁକୁଡ଼ା ଫାର୍ମ ଉପରେ ଚଢାଉ କରି ସେଠାରୁ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ,୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି । ଘଟଣାରେ ୪ଜଣଙ୍କୁ ଅଟକ ରଖିବା ସହ ମଦ ବୋଝେଇ ଏକ ଅଟୋକୁ ବି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ହୃଷିକେଶ ଗୌଡ଼, ପ୍ରଦୀପ ସାହୁ, ଟୁଟୁ ଦାସ, ଦଣ୍ଡପାଣି ଡାକୁଆ ।ରିପୋର୍ଟ : ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here