ଗାନ୍ଧୀ:-୧୫୦’ର ସମିତି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
210

ପାରଳାଖେମୁଣ୍ଡି, ୮/୯/୧୯ ; ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣି ସମାଜ ସଭା ଗୃହ ଠାରେ ” ଗାନ୍ଧୀ-୧୫୦’ ର ସମିତି ଗଠନ ପାଈଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଏହି ବୈଠକ’ରେ ଗାନ୍ଧୀ ପିସ୍ ଫାଉଣ୍ଡେସନ’ର ୯୫ ବର୍ଷ ବୟସ୍କ ସର୍ବୋଦୟ କର୍ମୀ ନିଶାକର ଦାସ , ରାଷ୍ଟ୍ରୀୟ ଯୁବା ସଂଘ’ର ରଣଜିତ୍ ଦେହୁରୀ ଙ୍କ ସମେତ ଉତ୍କଳ ହିତ୍ୟେସିଣି ସମାଜ’ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବୋଦୟ କର୍ମୀ ନିଶାକର ଦାସ , ଗାନ୍ଧୀ ଜୀଙ୍କ କର୍ମମୟ ଜୀବନୀ ସମ୍ପର୍କରେ କହିଥିଲେ ଯେ , ଗାନ୍ଧିଜୀ ତାଙ୍କ ଜୀବନ କାଳରେ ଏ ଦେଶ-ସମାଜକୁ ସତ୍ୟ ଓ ଅହିଂସା ମାର୍ଗରେ ତଥା ସମତା ସର୍ବୋଦୟ ପନ୍ଥାରେ ଆଗେଇ ନେବାପାଇଁ ସ୍ବପ୍ନ ଦେଖି ଯୋଜନା ପ୍ରସ୍ତୁତ କରିଥିଲେ । ଦେଶର ଲୋକଙ୍କ ମଧ୍ୟରେ ମଣିଷ ପଣିଆ ଜନ୍ମାଇବା ପାଇଁ ଗାନ୍ଧିଜୀ ୧୪୨ ଦିନ ଧରି ଅନଶନ କରିଥିଲେ । ଯାହା ଦ୍ବାରା କି ,ବିଭିନ୍ନ ଧର୍ମ , ଭାଷାଭାଷୀ , ଜାତି ଓ ସଂପ୍ରଦାୟର ଲୋକେ ଏକାଠି ହୋଇ ସୁଦୃଢ଼ ଭାରତ ବର୍ଷ ଗଢି ପାରିବେ । ବ୍ରିଟିଶ ହୁକୁମତକୁ ସଭ୍ୟତାର ପାଠ ପଢାଇବା ଉଦ୍ଦେଶ୍ ରେ ଗାନ୍ଧିଜୀଙ୍କୁ ୨୩୨୯ ଦିନ ଜେଲ’ରେ କଟାଇବାକୂ ପଡ଼ିଥିଲା । ତାଙ୍କ ଅହିଂସା’ର ଶକ୍ତି ଭାରତୀୟ ମାନେ ଇଂରେଜ ବିରୁଦ୍ଧରେ ଲଢ଼ି ତାଙ୍କୁ ହଟାଇବା ପର୍ଯ୍ୟନ୍ତ ସାହାସ କରି ଲଢେଇ ଜାରୀ ରଖିଥିଲେ । ଦିନରାତି ଭାରତୀୟଙ୍କ ପାଇଁ ସଂଘର୍ଷ ଜାରୀ ରଖିଥିବା ସେହି ମଣିଷ , ଅଳ୍ପ କପଡା ପିନ୍ଧି ଛୋଟ କୁଡିଆ’ରେ ଜୀବନ ବିତାଇ ଥିବା ସେହି ମଣିଷ ଜଣକ ବାସ୍ତବରେ ବହୁତ ବିଶାଳ ଥିଲେ । ଏମିତିକି , ତାଙ୍କ ଆଗେଇ ଚାଲିଥିବା ପଥରେ ସେ କେବେ ହେଲେ ଥକି ପଡ଼ି ନ ଥିଲେ କି ନଇଁ ପଡ଼ି ନ ଥିଲେ କି ଅଟକି ଯାଇ ନ ଥିଲେ
ଅକ୍ଟୋବର ୨ ତାରିଖ ଗାନ୍ଧିଜୀଙ୍କ ଜନ୍ମ ଦିନ । ସେହି ଜନ୍ମ ଦିନଠାରୁ ଆମେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀ-୧୫୦ ‘ର ଆୟୋଜନ କରିବା । ଏଥିପାଇଁ ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ “”ଗାନ୍ଧୀ- ୧୫୦”” ସମିତି ଗଠନ କରି ଆମେ ପୁରା ବର୍ଷେ କାଳ ଗାନ୍ଧିଜୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ଦ୍ବାରା ପ୍ରଦର୍ଶିତ ଆଲୋକରେ ଆମର ବର୍ତ୍ତମାନ ଏବଂ ଆମ ପିଲା ମାନଙ୍କ ଭବିଷ୍ୟତକୁ ଗଢିବାର୍ ଏହାହିଁ ଉପଯୁକ୍ତ ସମୟ ବୋଲି କହିଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲା ” ଗାନ୍ଧୀ-୧୫୦ ” ସମିତି ଗଠନ ହୋଇଥିଲା । ଏଥିରେ ସଭାପତି-ଭାରତ ଭୂଷଣ ମହାନ୍ତି ,ଉପ-ସଭାପତି-ବଟକୃଷ୍ଣ ପାତ୍ର , ସମ୍ପାଦକ- ଶିଶିର କୁମାର ଭଞ୍ଜସାମନ୍ତ , ସହ-ସମ୍ପାଦକ ବସନ୍ତ କୁମାର ପଣ୍ଡା ଏବଂ ମହିଳା ସମ୍ପାଦକ ଭାବେ ଦୁଇଜଣ ,ମିନା କୁମାରୀ ଟହଲ ଏବଂ ମିନାକ୍ଷି ସାହୁ ।
ଜିଲ୍ଲା ସମିତି ର ଉପଦେଷ୍ଠା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୌର ଚନ୍ଦ୍ର ପଣ୍ଡା , ଅନାଦି ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ଜେନା ଏବଂ ବିଚିତ୍ରା ନନ୍ଦ ବେବର୍ତ୍ତା ।
ସମିତି ର ସକ୍ରିୟ ସଭ୍ୟ ଭାବେ ମୁରଲୀ ଧର ପରିଛା , ଜଗଦୀଶ ମହାପାତ୍ର , ଅରକ୍ଷିତ ପାତ୍ର ପ୍ରମୁଖ ରହିଥିବା ଜଣା ଯାଇଛି ।
ଆସନ୍ତା ୨୯ ତାରିଖ ଦିନ ନବ ଗଠିତ ସମିତି’ର ଜିଲ୍ଲା ସ୍ତରୀୟ ବୈଠକ ଏହି ଉତ୍କଳ ହିତେୟିସିଣି ସମାଜ ‘ର ସଭା ଗୃହ ଠାରେ ଅନୁଷ୍ଠିତ ହେବ ।ଏହି ବୈଠକରେ ପ୍ରତ୍ୟେକ ବ୍ଲକ ସ୍ତରରୁ ସମସ୍ତେ ଆସି ବ୍ଲକ ସ୍ଥର୍ କମିଟି ଗଠନ କରାଯିବ ବୋଲି କୁହା ଯାଇଛି ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here