ଫୋଟ ଉଠାଇବ, ଉଠାଅ…

0
227

ଅମାନିଆ ହେଲେ ଅତିରିକ୍ତ ଆରଟିଓ । ଟ୍ରାଫିକ ନିୟମ ଉଲଙ୍ଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ଚାଲିଛି । ହେଲେ ଠିକ ଏତିକି ବେଳେ ଗଞ୍ଜାମରେ ହଟହଟା ହୋଇଛନ୍ତି ଅତିରିକ୍ତ ଆରଟିଓ । ଛତ୍ରପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ବିନା ସିଟ ବେଲ୍ଟରେ ଗାଡିରେ ବସିଥିିବା ଯୋଗୁଁ ହଟହଟା ହୋଇଛନ୍ତି । ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା ଜାତୀୟ ରାଜପଥରେ ଚେକିଂ ସାରି ଫେରୁଥିବା ବେଳେ ଗାଡିରେ ସିଟବେଲ୍ଟ ବାନ୍ଧି ନଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ପ୍ରଶ୍ନ କରିଥିଲେ । ଏମିତିକି ଅତିରିକ୍ତ ଆରଟିଓଙ୍କୁ କାହିଁକି ସିଟ୍ ବେଲଟ ବ୍ୟବହାର କରୁନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ । ହେଲେ ଭୁଲକୁ ମାନି ସତକୁ ସ୍ୱୀକାର କରିବା ବଦଳରେ ଅତିରିକ୍ତ ଆରଟିଓ ଅବାନ୍ତର ଯୁକ୍ତି କରୁଥିବା ଦେଖିବାକୁ ମିଳିଛି । ଏମିତିକି ଗାଡି ଗଡି ନଥିଲା ଓ ଗାଡି ଚାଲିଲେ ସେ ବେଲଟ ବାନ୍ଧିବେ ବୋଲି କହିଥିଲେ ।

ଭିଡିଓରୁ ସ୍ପଷ୍ଟ ହେଉଛି ଯେ ଛତ୍ରପୁରର ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା କଥାକୁ ଫାଙ୍କିବାକୁ ଉଦ୍ୟମ କରୁଛନ୍ତି । କାହିଁକି ନାଁ ଗାଡି ଗଡି ସାରିଥିଲା, ହେଲେ ଲୋକଙ୍କୁ ହସ୍ତକ୍ଷେପ ଓ ଭିଡିଓ ରେକର୍ଡିଂ ଯୋଗୁଁ ଗାଡି ଅଟକିଗଲା । ଆହୁରି ତାଜୁବର ବିଷୟ ହେଉଛି ଅତିରିକ୍ତ ଆରଟିଓ ଶାନ୍ତନୁ କୁମାର ପରିଡା ବସିଥିବା ଗାଡିର ଡ୍ରାଇଭର ବି ସିଟ ବେଲଟ ବାନ୍ଧି ନଥିଲେ । ହେଲେ ଲୋକଙ୍କ ଭିଡିଓ ରେକର୍ଡିଂ ଦେଖି ଡ୍ରାଇଭର ଜଣକ ତରବରିଆ ଭାବେ ସିଟ ବେଲଟ ପିନ୍ଧି ପକାଇଥିଲେ ।

LEAVE A REPLY

Please enter your comment!
Please enter your name here