ନୂଆ ଟ୍ରାଫିକ ନିୟମ କୁ ୩ ମାସ କୋହଳ କରିଲେ ମୂଖ୍ଯମନ୍ତୀ

0
191

ଭୂବନେଶ୍ୱର,୯/୯- ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର । ଆଉ ଆଜି ଗାଡି ଚାଳକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଆସିଛି। ଟ୍ରାଫିକ ଉଲ୍ଲଘଂନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ସେମାନଙ୍କୁ ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପରାମର୍ଶ ଦେଇଛନ୍ତି। ଏହାସହିତ ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରକାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here