ଦୁଇ ବରିଷ୍ଠ ସାମ୍ୱାଦିକ ଙ୍କ ବିୟୋଗରେ ଶୋକସଭା

0
160

ବ୍ରହ୍ମପୁର-ତା-୦୯/୦୯/୨୦୧୯ ରିଖ, ରାଜ୍ୟର ଦୁଇ ବରିଷ୍ଠ ସାମ୍ୱାଦିକଙ୍କ ବିୟୋଗରେ ବ୍ରହ୍ମପୁର ଠାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସହରର ରାଜସ୍ୱ ଡାକବଙ୍ଗଳା ସଭାକକ୍ଷ ପରିସରରେ ଆୟୋଜିତ ଶୋକସଭାରେ ସହରର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ସ୍ୱର୍ଗତ ଅମର ଆତ୍ମର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ କୁମାର ଶତପଥୀ ଏବଂ ସ୍ୱର୍ଗତ ଗିରିଶ ଚନ୍ଦ୍ର ପାଢ଼ୀଙ୍କ ଅକାଳ ବିୟୋଗକୁ ନେଇ ଅତ୍ୟନ୍ତ ଦୁଃଖପ୍ରକାଶ କରି ସେମାନଙ୍କ କାର୍ଯ୍ୟଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ମନୋଜ କାନ୍ତ ଦାଶ , ଜଗନ ମୋହନ ମହାପାତ୍ର,ପ୍ରକାଶ ପଟ୍ଟନାୟକ, ଅଶୋକ କୁମାର ବ୍ରହ୍ମା ରାଜ୍ୟର ଏହି ଦୁଇ ବରିଷ୍ଠ ସାମ୍ୱାଦିକ ଙ୍କ ବିୟୋଗ ରାଜ୍ୟ ପାଇଁ ତଥା ଗଣମାଧ୍ୟମ ପାଇଁ ଅପୂରଣୀୟ କ୍ଷତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଏହି ଅବସରରେ ଶିବ ରାମ ଚୌଧୁରୀ , ନାରାୟଣ ମହାଙ୍କୁଡ, ଅମର କୁମାର ଦାସଏବଂ କୁନା ମିଶ୍ର ପ୍ରମୁଖ ଦୁଇ ସାମ୍ୱାଦିକ ଙ୍କ ଛାଡି ଯାଇଥିବା ଅନେକ ସ୍ମୃତି କୁ ମନେ ପକାଇଥିଲେ । ଏପରିକି ସାରା ରାଜ୍ୟରେ ଏହି ଦୁଇ ସାମ୍ୱାଦିକ ଙ୍କ ବିୟୋଗ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଦଳ ମତ ନିର୍ବିଶେଷରେ ସମସ୍ତ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ସୋସିଆଲ ମିଡିଆରେ ଅନେକ ଶୋକବ୍ୟକ୍ତ କରିଥିବା ଏବଂ ଭଗବାନ ସେହି ପରିବାର ଙ୍କୁ ଅଜସ୍ର ଶକ୍ତି ପ୍ରଦାନ କରିବା ସହ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମୀର ଆଚାର୍ଯ୍ୟ, ରାଧାଶ୍ୟାମ ଆଚାର୍ଯ୍ୟ, ବିଶ୍ଵନାଥ ମାରଣା, ରାଜା ରାଓ,ରାଜେନ୍ଦ୍ର ସାହୁ ,ଅମର କୁମାର ଦାସ, ସତ୍ୟ ଚେତନ ପରିଡା, ପିତାମ୍ବର ନାହାକ, ଶାନ୍ତନୁ କୁମାର ରଣା, ଫିନୋଜ ପ୍ରଧାନ,ଉମା ଶଙ୍କର ମିଶ୍ର, ପ୍ରଶାନ୍ତ ପ୍ରତିନିଧି , ଶୁଭେନ୍ଦୁ ସାହୁ,ଶ୍ରୀକାନ୍ତ ପଟ୍ଟନାୟକ, ସୁବୋଧ ପରିଚ୍ଛା , ପ୍ରହଲ୍ଲାଦ ସାହୁ,ଅଭିରାମ ପାତ୍ର , ଅସିତ ପଣ୍ଡା,ସ୍ୱାଧିନ ସାହୁ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here