ଦିଗପହଣ୍ଡି:ଶାରଦୀୟ ମାଁ ବୁଢୀ ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

0
666

ଦିଗପହଣ୍ଡି,୧୦/୯- ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ଅବସ୍ଥାପିତ ଶାରଦୀୟ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ମଙ୍ଗଳବାର ରାତିରେ ବଜାରସାହି ସ୍ଥିତ ଅସ୍ଥାୟୀ ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ଜଣାପଡ଼ିଛି । ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଓ ସେବାୟତ ଆଦିତ୍ୟ ପାତ୍ର , ସୋମନାଥ ପାତ୍ର , ବାପୁନି ପାତ୍ର , ପ୍ରହଲ୍ଲାଦ ପାତ୍ର , ବିଜୟ କୁମାର ଦାସ ଓ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ମାଜଣା ପୂଜାର୍ଚ୍ଚନା କରାଯାଇଥିଲା । ବାଦ୍ଯବାଜଣା , ଘଣ୍ଟଧ୍ବନୀ ଓ ମହିଳା ଶ୍ରଦ୍ଧାଳୁମାନଙ୍କ ହୁଳହୁଳୀରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ରାତି ପ୍ରାୟ ସାଢେ଼ ନଅଟାରେ ମାଁ ଙ୍କ ମସ୍ତକରୁ ଫୁଲମଣ୍ଡା , ଆଜ୍ଞାମାଳ ଖସିବାପରେ ନୃତ୍ୟଗୀତ , ବାଦ୍ଯବାଜଣା ଓ ଆତସବାଜି ଫୁଟାଇ ବିରାଟ ଶୋଭାଯାତ୍ରାରେ ଶୁଭଖୁଣ୍ଟିକୁ ବଜାରସାହି ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠକୁ ଅଣା ଯାଇଥିଲା । ସେଠାରେ ପ୍ରଚଳିତ ନୀତିକାନ୍ଥ ଅନୁଯାୟୀ ପୂଜାର୍ଚ୍ଚନା ପରେ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତିରେ ପାରମ୍ପରିକ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଏଥିରେ ଯାତ୍ରା କମିଟି ସଭାପତି କୁରେଶୁ ମହାରଣା ସମେତ ଉପସଭାପତି କାପୁଲୁ କୁନା , ସମ୍ପାଦକ ପ୍ରଭାକର ରେଡ୍ଡୀ , ସହ ସମ୍ପାଦକ ଦୀପକ ମିଶ୍ର , କୋଷାଧ୍ୟକ୍ଷ ବିକାଶ ପଶୁପାଳକ , ସହ କୋଷାଧ୍ୟକ୍ଷ ହିମାଂଶୁ ପାଣିଗ୍ରାହୀ , କମିଟିର ଉପଦେଷ୍ଟା ଅର୍ଦ୍ଦୁ ଗୋବିନ୍ଦ , ଶିବଶଙ୍କର ମହାଙ୍କୁଡ , ପନାଡି . କ୍ରିଷ୍ଣାମା , ଦୁର୍ଗା ମେକାପ , ରଞ୍ଜିତ ବେହେରା ପ୍ରମୁଖ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଯାତ୍ରା ଆସନ୍ତା ଅକ୍ଟୋବର ୫ ତାରିଖରେ ଆରମ୍ଭ ହୋଇ ଅକ୍ଟୋବର ୧୨ ତାରିଖରେ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।


ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here