ସାଙ୍ଗଠନିକ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

0
218

ହିଞ୍ଜିଳିକାଟୁ-୧୦/୯ (ନିପ୍ର) ଗତ ଜୁଲାଇ ୦୬ ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନକୁ ଅନ୍ତିମ ରୂପରେଖ ଦେବା ସହ ଆଗାମୀ ଦିନରେ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ପାଇଁ ହିଞ୍ଜିଳି ବିଜେପି ତରଫରୁ ଏକ ପ୍ରସ୍ତୁତି ବୈଠକ ସୋମବାର ସ୍ଥାନୀୟ ସହର ଉପକଣ୍ଠସ୍ଥ ଶ୍ୟାମଳାୟୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସଦସ୍ୟତା ଅଭିଯାନ ପ୍ରଭାରୀ ନିକୁଞ୍ଜ କିଶୋର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ସଦସ୍ୟତା ଅଭିଯାନ ଏବଂ ସଦସ୍ୟ ମାନଙ୍କ ନାମ ପଞ୍ଜୀକରଣ ଉପରେ ମାର୍ଗଦର୍ଶନ କରାଇଥିଲେ। ଏହି ବୈଠକରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିଶିର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ନଗର ମଣ୍ଡଳ ସଭାପତି ମାଧବ ଗୌଡ଼, ଉପ-ସଭାପତି ତଥା ସଦସ୍ୟତା ଅଭିଯାନ ସଂଯୋଜକ ଆକାଶ ପଟ୍ଟନାୟକ, ଶେରଗଡ ମଣ୍ଡଳ ସଭାପତି ଜୟରାମ ସ୍ୱାଇଁ, କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ଉଦ୍ଧବ ସାହୁ, ପୂର୍ବତନ ସରପଂଚ ନୟନ କୁମାର ମଲ୍ଲିକ, ପୂର୍ବତନ ନଗର ସଭାପତି ଇ. ରାମା ପ୍ରସାଦ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।

ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here