ବ୍ଳକ ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ

0
208

ହିଞିଳିକାଟୁ ୧୨/୯ (ନିପ୍ର) :- ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ପୋୖର ପରିଷଦ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେ ବୁଧବାର ବ୍ଳକ ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ନେତୃତ୍ବରେ ଆୟୋଜିତ ହୋଇଯାଇଛି ।ସ୍ଥାନୀୟ ବିଡ଼ି ଓ ପ୍ରସନ୍ନ କୁମାର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ଭାବେ ବିଇଓ ବସନ୍ତ କୁମାର ପଣ୍ଡା ,ଏବିଓ ବିଶ୍ୱନାଥ ମହାରଣା ଓ କ୍ରୀଡା ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ହିଞିଳିକାଟୁ ବ୍ଳକ ଓ ମୁନିସିପାଲଟିର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୨ଟି ଛାତ୍ରୀଙ୍କ ସହ ତାଙ୍କ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ପରେ ବିଇଓ ଶ୍ରୀ ପଣ୍ଡା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଆବଶ୍ୟକତା ଓ ଉପଯୋଗୀତା ବିଷୟରେ ସଚେତନ କାରାଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ କ୍ରୀଡା ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ସାହୁ,ହରପ୍ରିୟା ଗୌଡ଼,ସୁଧାନୀଧି ପାଣିଗ୍ରାହୀ ଓ ପୁଷ୍ପଲତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିବା ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ସଂପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଖାଇଥିଲେ।ଏହି ତାଲିମ ଶିବିର ୧୪ତାରିଖ ପର୍ଯ୍ୟନ୍ତ ଜାରୀ ରହିବ ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅବଗତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ପାଣିଗ୍ରାହୀ, ଉପେନ୍ଦ୍ର ସାବତଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here