ସଡକ ଦୁର୍ଘଟଣାରେ ୨ ଯୁବକ ଗୁରୁତ୍ୱର

0
398

 

ଦିଗପହଣ୍ଡି, ୧୨/୯-
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ବୁଧବାର ଦିନ ସକାଳୁ ୧୦ ଘଣ୍ଟା ସମୟରେ ଜଣେ ଯୁବକ ବସ୍ ରୁ ଓହ୍ଲାଇବା ସମୟରେ ଏକ ଦ୍ରୁତଗାମୀ ବାଇକ୍ ଧକ୍କାରେ ବାଇକ୍ ଚାଳକ ସମେତ ଯୁବକ ଆହତ ହୋଇଥିବା ଜଣାପଡିଛି। ଗୁରୁତ୍ୱର ବାଇକ୍ ଚାଳକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ସିଙ୍ଗପୁର ଗ୍ରାମର ଯୋଗେନ୍ଦ୍ର ଦୋରା (୪୧) ଏବଂ ଅନ୍ୟ ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ଗ୍ରାମର ସୁଶାନ୍ତ ମଣ୍ଡଳ (୩୦) ବୋଲି ଜଣାପଡିଛି। ଖବରପ୍ରକାରେ, ବୁଧବାର ଦିନ ସକାଳୁ ସୁଶାନ୍ତ ମଣ୍ଡଳ କୈାଣସି କାମରେ ନିଜ ଗ୍ରାମରୁ ଏକ ଯାତ୍ରୀବାହୀ ବସ ରେ ଆସି ଡେଙ୍ଗାଓସ୍ତା ବସଷ୍ଟାଣ୍ଡରେ ଓହ୍ଲାଉଥିବା ସମୟରେ ତପ୍ତପାଣିରେ ରହୁଥିବା ରାଜେନ୍ଦ୍ର ନିଜ ବାଇକ(ଓଡି ୦୭ ଭି ୩୧୨୯) ଯୋଗେ ସିଙ୍ଗପୁର ଆସୁଥିବା ବେଳେ ଗାଡିରୁ ନିୟନ୍ତ୍ରଣ ହରାଇ ଯୁବକଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।ପରେ ସାନଖେମୁଣ୍ଡି ଦମକଳବାହିନୀ ଖବର ଦେଇଥିଲେ । ଖବରପାଇ ଦମକଳବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ରିପୋର୍ଟ: ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here