ସମନ୍ୱିତ ଶିଶୁ ବିକାଶ ,ରାଷ୍ଟ୍ରୀୟ ପୋଷଣ ମାହ

0
523

ହିଞିଳିକାଟୁ ୧୨/୯ (ନିପ୍ର) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ହିଞିଳିକାଟୁ ବ୍ଳକ ପରିସରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକରିଣୀ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ “ରାଷ୍ଟ୍ରୀୟ ପୋଷଣ ମାହ” ଦିବସ ପାଳିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଏବଂ ତହସିଲଦାର ଗୋପୀନାଥ କୁଅଁର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ସ୍ଥାନୀୟ ବ୍ଳକ ଅଙ୍ଗନବାଡି ୭ଟି ସେକ୍ଟର ତଥା ହିଞିଳି, ମୁନିସିପାଲଟି,ସାରୁ,କଞ୍ଚୁରୁ, ବେଲଗାଁ ବିଏନ ପୁର ,ରାଳବ କର୍ମୀ ପ୍ରମୁଖ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ,ମଞ୍ଜିସାଲଡ଼,ଗୁଡ ଗଜାମୁଗ,ପନି ପରିବା ସଂତୁଳା, ମାଣ୍ଡିଆ ତମ୍ପା,ବରା, ମିଠା ବରା,କାକରା,ସୁଜି ହାଲୁଆ,ସେମିଆ, ପୋଡା ପିଠା, ଚୁଡା ଖିରି,ଚାଉଳ ଖିରି,ସୁଜି ଇଡିଲି, ସିଜା ବୁଟ,ସିଜା ଅଣ୍ଡା,ଗୁଣ୍ଡ ମାଛ,କ୍ଷୀର, କଦଳୀ,ଡ଼ାଳିମ୍ବ, ସିଜା ଚିନାବାଦାମ,ସେଓ,ଇତ୍ୟାଦି ଫଳପାଚଲା,ଫୁଲ କୋବି,ସଜନା,ଭଣ୍ଡା, ଗାଜର, ବୋଇତାଳୁ ,ଦେଶୀପୋଟଳ ବିଭିନ୍ନ ସବୁଜ ପନିପରିବା ଆଦି ପୁଷ୍ଟିକର ଖାଦ୍ୟ ଷ୍ଟଲ କରି ରଖାଯାଇଥିଲା ।ଏହି ପୁଷ୍ଟିକର ଖାଦ୍ୟ ପ୍ରଭୃତିକୁ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀପାତ ଓ ତହସିଲଦାର ଶ୍ରୀକୁଅଁର ସିଡିପିଓ ଶୁଭଶ୍ରୀ ପାତ୍ର ପରିଦର୍ଶନ କରିଥିଲେ।ଏନେଇ ଶ୍ରୀ ପାତ୍ର ଯାଞ୍ଚ କମିଟି,ମାତୃ କମିଟିଗର୍ଭବତୀ, ପ୍ରସ୍ତୁତି ମା ମାନଙ୍କୁ କିପରି ଖାଦ୍ୟ ପ୍ରସ୍ତୁତ କରିବେ ତାହା ବୁଝାଇଥିଲେ ।ଓ ବାଲ୍ୟ ବିବାହ ଶିଶୁ କନ୍ୟା ରୋକିବା ବିଷୟରେ ଆଲୋଚନା କରିଥିଲେ ।ସେପ୍ଟେମ୍ବର ୧୭ ତାରିଖରେ ବ୍ଳକ ରେ ନିର୍ଭୟ କଢି ଓ ସ୍ୱୟଂସିଦ୍ଧା ନୂତନ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହେବ କୁହାଯାଇଛି ।ଗର୍ଭବତୀଙ୍କ ପାଇଁ ଗୋଦ ଭରାଇ ଉତ୍ସବ ପାଳନ କରାଯିବ ସହିତ ପ୍ରତିମାସ ୨୩ ତାରିଖରେ ମିଶ୍ରଣ ୧ରେ ଛତୁଆ ବଣ୍ଟନ କରାଯିବ । ରାଜ୍ୟର ସରକାରଙ୍କ ୫-ଟି ଯୋଜନା ଉପରେ ତହସିଲଦାର ଶ୍ରୀକୁଅଁର ପ୍ରଯୁକ୍ତ ବିଦ୍ୟା,ସମ୍ମିଳିତ ଉଦ୍ୟମ, ସ୍ୱଚ୍ଛତା, ସମାୟାନୁବର୍ତ୍ତି,ପରିବର୍ତ୍ତନ ବିଷୟରେ ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ଅବଗତ କରାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ଜେ ଲଷ୍ମୀ,ବନଜା ବେହେରା, ସୋନାଲି ବେହେରା, ବାସନ୍ତୀ ଦେବୀ,ଉର୍ମିଳା ମହାପାତ୍ର, ଆଲୋକ ପାତ୍ର ପ୍ରମୁଖଙ୍କ ସମେତ ସେକ୍ଟର ଅଙ୍ଗନବାଡି ଗୀତାଞ୍ଜଳି ପାଢ଼ୀ,ସୁଜତା ପଣ୍ଡା, ସ୍ନିଗ୍ଧାଶ୍ରୀ ପାଢ଼ୀ, କିରଣବାଳା ପଣ୍ଡା,କବିତା ସାହୁ,ମମତା ଦେଈ,ଅନମ ମଞ୍ଜରୀ ପଣ୍ଡା ,କନ୍ୟା କୁମାରି ପାଢ଼ୀ ,ସମେତ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।ସର୍ବା ଶେଷ ରେ କୁଇଜ ପ୍ରତି ଯୋଗିତା ହୋଇଥିଲା ଏଥିରେ ପ୍ରଥମ ସ୍ଥାନ ସରିତା ସାହୁ ପ୍ରାଇଜ ନେଇ ଉତ୍ସାହିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here