ପୂର୍ବତନ ବିଧାୟକଙ୍କ ପତ୍ନୀ ବିୟୋଗ

0
209

ହିଞ୍ଜିଳିକାଟୁ-୧୨/୯ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ହରିହର ସାହୁଙ୍କ ଧର୍ମପତ୍ନୀ ପଦ୍ମାବତୀ ସାହୁଙ୍କ ଗୁରୁବାର ପୂର୍ବାହ୍ନରେ ପରଲୋକ ଘଟିଛି। ସେ କାମଳ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ପୂର୍ବାହ୍ନରେ ସେ ୬୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ପତିବ୍ରତା ଏବଂ ଧର୍ମ ପରାୟଣା ମହିଳା ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ହରିହର ସାହୁ, ଏକମାତ୍ର ଝିଅ ମିନତି ଏବଂ ଜ୍ୱାଇଁ ଅମର ସାହୁଙ୍କ ସହ ଅନ୍ୟ ପରିବାରବର୍ଗ ସଦସ୍ୟ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here