ଦିଗପହଣ୍ଡି : ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
215

ଦିଗପହଣ୍ଡି,୧୩/୯ -ଦିଗପହଣ୍ଡି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସବ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲି ଚାନ୍ଦ ଗୌଡ ଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କର୍ମକର୍ତ୍ତାମାନେ ଦିଗପହଣ୍ଡି ସହରର ବିଭିନ୍ନ ସ୍ଥାନ ବୁଲିବୁଲି ସହରକୁ ଆବର୍ଜନା ସୃଷ୍ଟି କରୁଥିବା ତଥା ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ବ୍ୟବହୃତ ବୋତଲ ,ଜରି ଆଦିକୁ ଏକତ୍ରିତ କରିଥିଲେ । ପରେ ଏହି ପ୍ଲାଷ୍ଟିକ ପଦାର୍ଥ ଗୁଡିକୁ ପରିବହନ ମାଧ୍ୟମରେ ଭୁବନେଶ୍ୱର ପଠାଇ ସେଠାରେ ଏହାକୁ ରିସାଇକେଲ କରାଯାଇ ଏଥିରୁ ପିଚୁ ବାହାର କରାଯିବ ବୋଲି କହିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପହାନ ଓ ଶେରଗଡ଼ ସହକାରୀ ଯନ୍ତ୍ରୀ ବନୋଜ ସେଠୀ , ସ୍ବତନ୍ତ୍ର ଠିକାଦାର ସରୋଜ ପାତ୍ର , ଗଦାଧର ସ୍ବାଇଁ , କର୍ମଚାରୀ ପ୍ରଶନ୍ନ ଜେନା , କୃଷ୍ଣଚନ୍ଦ୍ର ପଣ୍ଡା , ରମାକାନ୍ତ ଗୈାଡ , ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀ , କାଳୁଚରଣ ମହାନ୍ତି , ବିନୋଦ ଗୈାଡ , ପାଣ ସେଠୀ , ନାରାୟଣ ରେଡ୍ଡୀ , କାହ୍ନୁ ଗୈାଡ , କେଉଟ ଡାକୁଆ , ସିମାଞ୍ଚଳ ପ୍ରଧାନ , କୋରାମଣୀ ପ୍ରଧାନ , ପାଣ୍ଡବ ଦୋରା , କୈଳାସ ରେଡ୍ଡୀ ଉପସ୍ଥିତ ଥିଲେ ।

ରିପୋର୍ଟ : ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here