ବିପୁଳ ପରିମାଣର ଗଞେଇ ଜବତ

0
196

ଶେରଗଡ଼,୧୨/୯-ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତରେ ଏକ ବଡ ଧରଣର ଚୋରା ଗଞ୍ଜେଇ ଚାଲାଣ ରାକେଟର ପର୍ଦାଫାସ କରିଛି ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ପୋଲିସ। କୈଣସି ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ ପୋଲିସ ଚୋରା ଚାଲାଣ ହେଉଥିବା ମୋଟ ୩୦କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ ରାଏଙ୍କ ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର। ଅଭିଯୁକ୍ତମାନେ ହେଲେ ପଣସପଦା ଗ୍ରାମର ଜାକବ ମାଝୀ, ଚୂଡ଼ଙ୍ଗପୁର ଗ୍ରାମର ମୋଜେଶ ଗମାଙ୍ଗୋ, ସିନ୍ଧୁ ଗମାଙ୍ଗୋ ଓ ଅନ୍ତରବା ଗ୍ରାମର ମାନୁଆଲ ମଣ୍ଡଳ। ପୋଲିସଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ୨ଟି ଟ୍ରକ, ଗୋଟିଏ ବୋଲେରୋ ଓ ଗୋଟିଏ କାରକୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ। ଏତେ ପରିମାଣରେ ଗଞ୍ଜେଇ ପୋଲିସ ଜବତ କରୁଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲୋଚନା ହେଉଛି । ଅଭିଯୁକ୍ତମାନେ ବ୍ୟାପକ ପରିମାଣର ଗଞ୍ଜେଇ କୁ କେଉଁଠାରୁ ଆଣିଲେ ଏବଂ କୁଆଡେ ନେଉଥିଲେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here