ଶ୍ରମିକ ପରିବାରଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ

0
297

ଛତ୍ରପୁର,୧୩/୯- ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଆନୁକୂଲ୍ୟରେ ଗଂଜାମ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ମିଳିତ ସହଯୋଗ ଆଜି ଦୁଇଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପରିବାରକୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଓ ଛତ୍ରପୁର ଶ୍ରମ ଅଧିକାରୀ ଶିବନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମର ମୃତ ବଳରାମ ପଢିଆରୀଙ୍କ ସ୍ତ୍ରୀ ଲାବଣ୍ୟ ପଢିଆରୀ ଓ ଗଂଜାମ ବ୍ଲକର କଲ୍ୟାଣପୁର ଗ୍ରାମର ମୃତ ବି.ସାବିତ୍ରୀ ରେଡ୍ଡୀଙ୍କ ସ୍ୱାମୀ ବି. ଧର୍ମାରେଡ୍ଡୀଙ୍କୁ ପୃଥକ୍ ପୃଥକ ୧ଲକ୍ଷ୫ହଜାର ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜନାପଲ୍ଲୀ ଗ୍ରାମର ବଳରାମ ପଢିଆରୀ ଗତ ୨୪.୦୪.୨୦୧୯ ତାରିଖରେ ରାଜମିସ୍ତ୍ରୀ କାର୍ଯ୍ୟ କରିବା ସମୟରେ ମୃତ୍ୟୁବରଣ କରିଥିଲେ । ସେହିପରି କଲ୍ୟାଣ ଗ୍ରାମର ବି.ସାବିତ୍ରୀ ରେଡ୍ଡୀ ଗତ ୭.୧୦.୨୦୧୬ ତାରିଖ ଦିନ ସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିଲେ । ଏହି ଦୁଇଜଣ ନିର୍ମାଣ ଶ୍ରମିକ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଗଲା ବୋଲି ଛତ୍ରପୁର ଶ୍ରମ ଅଧିକାରୀ ଶ୍ରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here