ନିୟନ୍ତ୍ରିତ ବଜାର କମିଟିର, ସମୀକ୍ଷା ଓ ପ୍ରସ୍ତୁତି ବୈଠକ

0
198

ହିଞିଳିକାଟୁ ୧୩/୯ : ପୌର ଅଞ୍ଚଳର ଏକ ମାତ୍ର ନିୟନ୍ତ୍ରିତ ବଜାର କମିଟିର ୨୦୧୮/୧୯ର ସାଧାରଣ ବୈଠକ ଶୁକ୍ରବାର କାର୍ଯ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଉପ-ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, କମିଟିର ଉପାଧ୍ୟକ୍ଷ ତଥା ପୂର୍ବତନ ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ତ୍ରିନାଥ ବିଶ୍ୱାଳ ବାର୍ଷିକ ଆୟ ବ୍ୟୟ ବିବରଣୀର ପାଠ କରିଥିଲେ ।ସେ ବାର୍ଷିକ ବର୍ଷର ଆଲୋଚନା ୮ଟି ବିଷୟ ଉପରେ ଉପସ୍ଥାପନ କରିଥିଲେ ।ପୂର୍ବ ବୈଠକର ପ୍ରସ୍ତାବ ଅନୁମୋଦନ ଓ ଦୃଢ଼ୀକରଣ ,ନିୟନ୍ତ୍ରିତ ବଜାର କମିଟ ବଜାରର ଆର୍ଥିକ ବର୍ଷ ୨୦୧୮/୧୯ର ଆୟ ବ୍ୟୟ ସମୀକ୍ଷା ଓ ଅନୁମୋଦନ, ନୂତନ କାର୍ଯ୍ୟାଳୟ ନିମନ୍ତେ ଆବସାକୀୟ ଆସବାବପତ୍ର ଆଲୋଚନା, କୃଷକ ସମ୍ପର୍କ ଅଭିଯାନ ,ଓଡ଼ିଶା ରାଜ୍ୟ କୃଷି ବିପନ୍ନ ପରିଷଦ ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଓକିଲ ଓ ଅନୁମୋଦନ, ସମ୍ପାଦକଙ୍କ ବିଦେଶ ସେବା ରହଣି ଅନୁମୋଦନ , କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୋକାନ ଘରକୁ ଭାଙ୍ଗି ନୂତନ ଦୁଇ ମହଲା ବିଶିଷ୍ଟ କୋଠା ଦୋକାନ ଗୃହ ନିର୍ମାଣ ସହ ଆଲୋଚନା ଓ ଅନ୍ୟାନ୍ୟ ସଭାପତିଙ୍କ ଅନୁମୋଦନ ବିଷୟରେ କହିଥିଲେ।ଏନେଇ ଆର୍ଥିକର ବର୍ଷ ୨୦୧୮/୧୯ର ନଭେମ୍ବର ୨୦୧୮ ରୁ ଅଗଷ୍ଟ ୨୦୧୯ ମସିହା ପର୍ଯ୍ୟନ୍ତ କମିଟିର ଆୟ ୫ କୋଟି ୧୭ ଲକ୍ଷ ୭୩ ହଜାର ୧୮୬ ଟଙ୍କା ହୋଇଥିବା ବେଳେ ବ୍ୟୟ ୩ କୋଟି ୯୭ ଲକ୍ଷ ୧୮ ହଜାର ୪୨୨ ଟଙ୍କା ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରତି ମାସରେ ବୈଠକ କରାଯାଉନଥିବା ଏବଂ କମିଟିର ସମ୍ପାଦକ, କୌଣସି କର୍ମକତା କିମ୍ବା ସଦସ୍ୟଙ୍କ ବିନାନୁମତିରେ ଅନୁମୋଦନ କରୁଥିବା ଯୋଗୁଁ କମିଟିର ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ମୋହନ ସାହୁଙ୍କ ଏକ ପ୍ରତିମୂର୍ତି ନିର୍ମାଣ କରିବା ସକାଶେ ବୈଠକରେ ଅନୁମୋଦନ କରାଯାଇଥିଲା । ପରିଶେଷରେ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଗଂଜାମ ଉପ ଜିଲ୍ଲାପାଳ ପୃଷ୍ଟିଙ୍କ ନିର୍ଦ୍ଧେଶ କ୍ରମେ ପ୍ରତି ୩ ମାସରେ ଥରେ କମିଟି ପକ୍ଷରୁ ଏକ ବୈଠକ ଡ଼କାଯିବା ସକାଶେ ସ୍ଥିର କରାଯାଇଥିଲା । ନିୟନ୍ତ୍ରିତ ବଜାର କମିଟିକୁ ଦୃଢ କରିବା ସକାଶେ ଏକସବ୍ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଉକ୍ତ ସବ କମିଟିର ୩ଜଣ ସଭ୍ୟଙ୍କୁ ବାଛଯାଇଥିଲା ।ସେମାନଙ୍କ ମଧ୍ୟରୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, , କମିଟିର ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଏବଂ ସଭ୍ୟ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା ।ଏହି ପ୍ରସ୍ତୁତି ବୈଠକରେ କମିଟିର ସଦସ୍ୟ ସରୋଜ କୁମାର ପଣ୍ଡା, କାଳୁ ସାବତ,ହରିହର ଚୌଧୁରୀ, କିଶୋର ନାହାକ, ସୂର୍ଯ୍ୟ ନାରାୟଣ ସାହୁ, ପ୍ରଦୀପ କୁମାର ପଣ୍ଡା, ଶ୍ରୀକାନ୍ତ କୁମାର ସାହୁ, ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ ବଜାରର କର୍ମଚାରୀ ସଞ୍ଜୟ କୁମାର ପଣ୍ଡା ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର କୁମାର ସାହୁ, ଅମେୟ ପଟ୍ଟନାୟକ,ଗୋଲକ ଗୌଡ଼, କୈଳାସ ବେହେରା,ରାମକୃଷ୍ଣ ଦାଶ, ଜିଜୟ କୁମାର ଦାଶ, ଲଡ଼ୁ କିଶୋର ରାଉତ, ଶଙ୍କର୍ଷଣ ପୋଲାଇ, ବସନ୍ତ ସୁଆଁସିଆ,, ଦିବାକର ଦାସ, ଦେବରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରିହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here