ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ସ୍ଥରୀୟ ବିଜ୍ଞାନ ମେଳା ଓ ପୋଷାକ ବିତରଣ।

0
220

ହିଞିଳିକାଟୁ ୧୩/୯: (ନିପ୍ର) ପୋୖର ପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଶୁକ୍ରବାର ସକାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର ଉପସ୍ଥିତିରେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ଏବିଇଓ ନିମେଇଁ ମହାପାତ୍ର ,ବିଜ୍ଞାନ ପରିଦର୍ଶକ ବିଚାରକ ରବିନ୍ଦ୍ର ଜେନା ବିଦ୍ୟାଳୟର କମିଟି ସଭାପତି ଶରତ ସ୍ୱାଇଁ ଯୋଗ ଦେ ସ୍ତରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସମୁଦାୟ ୬୫ଟି ପ୍ରକଳ୍ପର ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରକଳ୍ପ ଗୁଡ଼ିକୁ ଅତିଥିମାନେ ପରିଦର୍ଶନ କରି ସେମାନଙ୍କ ପ୍ରକଳ୍ପ ଚୟନ କରାଯାଇ ସେମାନଙ୍କୁ ବିଜ୍ଞାନ ଓ ଗଣିତ ପତ୍ରିକା ମୂଖ୍ୟ ଅତିଥି ତହସିଲଦାର ଶ୍ରୀକୁଅଁର ପୁରସ୍କୃତ କରିଥିଲେ ।ପରେ ୧ମ ଛାତ୍ରୀ ପିଙ୍କି ସେଠୀ(୧୦ଗ),୨ୟ ସୁଧାମୟୀ ଦାସ (୯ଖ),୩ୟ ବର୍ଷା ପାଣିଗ୍ରାହୀ (୯ଖ ),୪ଥ ଆକାଂକ୍ଷା ପଟ୍ଟନାୟକ (୯ଗ) ୫ମ ଅଶ୍ୱିନୀ ସାହୁ ଯଥାକ୍ରମେ ପୁରସ୍କୃତ ହୋଇଥିଲେ ।ପରେ ବିଦ୍ୟାଳୟର ମୋଟ ୪୬୦ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ରଖାଯାଇଥିଲା ।ଏନେଇ ମୁଖ୍ୟ ଅତିଥି ପ୍ରଥମେ ଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିଥିଲେ ।ସେହିଭଳି ସମସ୍ତଙ୍କୁ ୨ହଳ ପୋଷାକ ସହିତ ଜୋତା ଓ ମୌଜା ବିତରଣ କରଯାଇଥିଲା । ଅନ୍ୟମାଙ୍କ ମଧ୍ୟରେ ଉପେନ୍ଦ୍ର ସାବତ, ନୀକୁଞ୍ଜ ପ୍ରଧାନ, ଆର ଭୀମରାଜୁ, ବଟକୃଷ୍ଣ ପଣ୍ଡା ପ୍ରମୁଖ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଅଭିଭାବିକା ଅଭିଭାବକ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here