ଜିଲାପାଳଙ୍କ ଦିଗପହଣ୍ଡି ଗସ୍ତ

0
212

ଦିଗପହଣ୍ଡିି, ୧୩ା୯() :
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ଗସ୍ତରେ ଆସି ଫେରିଛନ୍ତି । ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ôଚ ସେଠାରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସରକାରୀ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ବିଡିଓ ହଳଧର ଶବର ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କାଙ୍କୁ ପଚାରି ବୁଝିଥିଲେ । ପରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଚୟନରେ କୌଣସି ପ୍ରକାର ପାତରଅନ୍ତର ନକରିବା ସହିତ ଆବାସ ଯୋଜନା ଗୁଡିକରେ ହିତାଧିକାରୀ ମାନଙ୍କୁ ସେମାନଙ୍କ ଅର୍ଥ ପ୍ରଦାନରେ ବିଳମ୍ବତା ନକରିବାକୁ କହିଥିଲେ । ସେହିପରି ପୂର୍ବରୁ ପରିଦର୍ଶନରେ ବହୁଥର ଆସିଥିବା ବେଳେ ଶୁକ୍ରବାର ପରିଦର୍ଶନରେ ଆସିଥିବା ବେଳେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟର ପରିବର୍ତ୍ତିତ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ । ଜିଲାପାଳଙ୍କ ଗସ୍ତ ସମୟରେ ଫାଶୀଗୁଡା ଗ୍ରାମବାସୀ ଜଳସେଚନ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଗ୍ରାମରେ ରହିଥିବା ଘାଇ ହୁଡା ଅନିକଟଟି ଗତ ତିତିଲି ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗି ରୁଜି ଯାଇଥିବା ବେଳେ ତାହାକୁ ଅଦ୍ୟାବଧି ସଜଡାଯାଉନଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ଜଣାଇଥିଲେ । ଉକ୍ତ ଆନିକଟ ଦ୍ୱାରା ୧୦୦୦ ଏକର ଚାଷ ଜମି ଜଳସେଚିତ ହେଉଥିବା ବେଳେ ସମ୍ପ୍ରତ୍ତି ସେମାନେ ଉକ୍ତ ଜଳସେଚନରୁ ବଞ୍ଚିତ ରହୁଥିବା ଜଣାଇଛନ୍ତି । ସେହିପରି ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଘନିଭୂତ ଲଗାଣ ବର୍ଷା ପ୍ରଭାବରେ ପୁନଶ୍ଚ ଚାଷୀ ମାନେ ପ୍ରଭାବିତ ହୋଇଥିବା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଅଭିଯୋଗର ବିଚାର କରି ପଦକ୍ଷେପ ଗ୍ରହଣ କିବା ନେଇ ଜିଲାପାଳ ପ୍ରତିଶୃତି ଦେଇଥିଲେ । ପରେ ଜିଲାପାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନରେ ଯାଇ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡି ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଅଧିକାରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଦିଗପହଣ୍ଡି ପ୍ରତିନିଧି ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here