ପାଗଳ ମାଆ କୁଳରେ ଶିଶୁ କନ୍ୟା

0
215

ପାରଳାଖେମୁଣ୍ଡି,୧୪/୯ – ଗଜପତି ଜିଲ୍ଲା ଆର. ରାଉଦଗିରି ସଦର ମହକୁମା ମୁଖ୍ୟ ରାସ୍ତା ପାର୍ଶ୍ବରେ ଦୋକାନ ବାରଣ୍ଡାରେ ଆଜି ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଲା ପାଗଳୀ ମାଆର କରୁଣ କାହାଣୀ। ଉକ୍ତ ପାଗଳୀ ମାଆ ଏକ ଛୋଟ ଝିଅ ସହ ଚାରି ପାଞ୍ଚ ଦିନ ଧରି ଆର. ଉଦୟଗିରିରେ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ କେରା ଗ୍ରାମର ହୋଇଥିବା ବେଳେ ବହୁ ପୂର୍ବରୁ ତାର ସ୍ବାମୀ ମୃତ୍ୟୁବରଣ ପରେ ସେ ପାଗଳ ହୋଇ ଏ ଗାଁରୁ ସେ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳାର କେରା ଗ୍ରାମର ଦୁଇଟି ଝିଅ ଥିବାବେଳେ ଅନ୍ୟ ଗୋଟିଏ ଝିଅ ଆର. ଉଦୟଗିରି ନିକଟସ୍ଥ ଫଟାଚାଞଡା ଗ୍ରାମରେ ବାହା ହୋଇଥିବା ସୂଚନା ମିଳିଛି। କିନ୍ତୁ ଉକ୍ତ ପାଗଳୀ ମହିଳାଙ୍କୁ ତାର ଝିଅ ଠିକଣା ବିଷୟରେ ପଚାରିବାକୁ ସେ ମୁଁ କିଛି ଜାଣିନାହିଁ ବୋଲି କହୁଛି। ହେଲେ ଉକ୍ତ ପାଗଳୀ ମହିଳାଙ୍କ ପାଖରେ ଥିବା ଏହି ୫ ବର୍ଷ ଶିଶୁ କନ୍ୟାର ଜୀବନ ଅନ୍ଧକାର ମଧ୍ୟରେ ଗତି କରୁଛି। ଏହାର ଭିତରେ କିଏ ଦେଲେ ତ ନହେଲେ ମାଆ ଝିଅ ଦୁହେଁ ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳିଛି। ତେବେ ପ୍ରଶ୍ନ ଉଠୁଛି ସରକାର ସମସ୍ତ ପଢନ୍ତୁ ସମସ୍ତ ବଢନ୍ତୁ ଏହି ନାରୀର ଡିଣ୍ଡୁରା ପିଟୁଥିବା ବେଳେ କିନ୍ତୁ ଏହା ଗଜପତି ଜିଲ୍ଲା ଆର ଉଦୟଗିରି ଏହା ଫେଲ ମାରିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକେ କାଲି ରାତିରେ ଡି. ସି. ପି. ଓ ଙ୍କ ସହ ଯୋଗାଯୋଗ କରି ଉକ୍ତ ପାଗଳୀ ମହିଳାଙ୍କୁ ଓ ପାଖରେ ଥିବା ୫ ବର୍ଷରେ ଶିଶୁ କନ୍ୟାକୁ ଆର. ଉଦୟଗିରି ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମହନା ଶିଶୁ ଗୃହକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ପ୍ରଶ୍ନ ଉଠୁଛି ଆର. ଉଦୟଗିରି ଅଞ୍ଚଳିରେ ବାରମ୍ବାର ଏପରି ଘଟଣା ଘଟୁଥିଲେ ସୁଧା କୁମ୍ଭକରଣ ନିଦରେ ଶୋଇଥିବା ସମନ୍ନିତ ମହିଳା ଓ ଶିଶୁ କନ୍ୟା ବିକାଶ କେନ୍ଦ୍ରର ବିଭାଗର ନିଦ ଭାଙ୍ଗିବ କେବେ ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here