ଗଞ୍ଜାମ ପୋଲିସ ର ପୁଣି ଏକ ଏନକାଉଣ୍ଟର ଏଥର ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ

0
209

ବ୍ରହ୍ମପୁର, ୧୫/୯ -ଗଞାମରେ ରେ ପୁଣି ଏକ ଏନକାଉଣ୍ଟର । ୨୪ ଘଣ୍ଟା ନ ପୁରୁଣୁ ପୁଣି ଆଉ ଏକ ଏନକାଉଣ୍ଟର।ଏଥର ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ। ଆଜି ଭୋର ପ୍ରାୟ ୪ ଘଣ୍ଟା ସମୟରେ ପୋଲିସ କୃଷ୍ଣ ପ୍ରସାଦ ପାଳୁର ରୋଡ଼ରେ ପ୍ରମୋଦ କୁ ଧରିବା ପାଇଁ ଜାଲ ବିଚାଇଥିବା ବେଳେ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ପ୍ରମୋଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଛି ଏହି ଦୁର୍ଦ୍ଧାନ୍ତ ଅପରାଧୀ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରମୋଦ କୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।ଏ ହେଉଛି ଗଞାମ ପୋଲିସର ଏକ ବଡ ସଫଳତା। ଉଭୟ ଗଂଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ର ଏହା ୭୧ ନମ୍ବର ଏନକାଉଣ୍ଟର।

LEAVE A REPLY

Please enter your comment!
Please enter your name here