ଗୁପ୍ତେଶ୍ଵର ଶୈବପୀଠରେ ଖେମୁଣ୍ଡି ଫଟୋଗ୍ରାଫି ଓ ଭିଡିଓଗ୍ରାଫି ସଂଘ ତରଫରୁ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

0
197

 

ଦିଗପହଣ୍ଡି (ଆପ୍ର)
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ତ ଗୁପ୍ତେଶ୍ୱରଶୈବପୀଠରେ ରବିବାର ଦିନ ୧୧ ଘଣ୍ଟା ସମୟରେ ଖେମୁଣ୍ଡି ଫଟୋଗ୍ରାଫି ସଂଘ ତରଫରୁ ଏକ ଫଟୋ ଓ ଭିଡିଓଗ୍ରାଫି କର୍ମକର୍ତ୍ତାମାନଙ୍କୁ ନେଇ ଏକ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉଭୟ ସାନଖେମୁଣ୍ଡି ଓ ବଡଖେମୁଣ୍ଡିରୁ ପ୍ରାୟ ୧୧୦ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସମସ୍ତ ଫଟୋ ଓ ଭିଡିଓଗ୍ରାଫି କର୍ମକର୍ତ୍ତାମାନ ନୂତନ କାର୍ଡ ପଞ୍ଜିକୃତ କରାଯିବା ସହିତ ସଂଘର ସମସ୍ତ ସଭ୍ୟଙ୍କ ଜୀବନବିମା ସକାଶେ ପ୍ରଶାସନ ପାଖରେ ଦାବି ପ୍ରଦାନ କରାଯିବ ବୋଲି ଉକ୍ତ ବୈଠକରେ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ ସର୍ବସମ୍ମତିକ୍ରମେ ଖେମୁଣ୍ଡି ଫଟୋଗ୍ରାଫି ସଂଘର ସଭାପତି ଭାବେ ସନ୍ତୋଷ ଆଚାରୀଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ଭାବେ ସନ୍ତୋଷ ଗୈାଡ , ସଂପାଦକ ଭାବେ ସୁଶାନ୍ତ ବାଡତ୍ଯା , ଉପସମ୍ପାଦକ ଭାବେ ଅଭିମନ୍ୟୁ ବିଷୋୟୀ ଓ କୋଷାଧ୍ୟକ୍ଷ ଭାବରେ ଟୁକୁନା ପାତ୍ରଙ୍କୁ ଚୟନ କରାଯାଇଥିବ ଜଣାପଡିଛି । ଶେଷରେ ସଂଘ ପକ୍ଷରୁ ସଂଘର ସମସ୍ତ ସଭ୍ଯଙ୍କ ସୁବିଧା ଓ ଅସୁବିଧାରେ ସଂଘ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୂତି ଦିଆଯିବ ବୋଲି ବୈଠକରେ ଧାର୍ଯ୍ୟ କରାଯାଇଥିଲା ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here