ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଠିକାଦାର ପ୍ରୀତି, କାର୍ଯ୍ୟ ରେ ବିଳମ୍ବ

0
209

ବ୍ରହ୍ମପୁର ୧୫/୯- ବ୍ରହ୍ମପୁର ସହର ର ଜଳକଷ୍ଟ ଦୂର କରିବା ପାଇଁ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। କିନ୍ତୁ ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଠିକାଦାର ପ୍ରୀତି ଯୋଗୁଁ ନିଦିଷ୍ଠ ସମୟ ସୀମା ମଧ୍ଯ ରେ ବହୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁ ନାହିଁ।ଫଳରେ, ଜନସାଧାରଣ ଙ୍କୁ ପିଇବା ପାଣି ପାଇଁ ସମସ୍ୟା ଭୋଗିବାକୁ ପଡୁଛି।ବ୍ରହ୍ମପୁର ମହାନଗର ଅଂଚଳରେ ଜଳ ଧାରଣ ର କ୍ଷମତା ରେ ଉନ୍ନତି ଆଣିବା ଉଦ୍ଦେଶ୍ଯ ରେ କେନ୍ଦ୍ର ସରକାର ଙ୍କ “ଅମୃତ” ଯୋଜନାରେ ୭ ଗୋଟି ପାଣି ସମ୍ପ ନିର୍ମାଣ ପାଇଁ ୯୨,୫୭,୪୫୧ ଟଙ୍କା ବ୍ୟୟବରାଦ କରାଯାଇ ଜୈନକ ଠିକାଦାର ଜଗଦୀଶ ପାତ୍ର ଙ୍କୁ ୨୩/୩/୨୦୧୮ ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହା ଛଅ ମାସ ଅର୍ଥାତ୍ ୨୨/୯/୧୮ ମଧ୍ଯ ରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ସୀମା ଦିଆଯାଇଥିଲା। କିନ୍ତ ଏହାର ଏକ ବର୍ଷ ପରେ ମଧ୍ଯ ଆଜି ସୁଦ୍ଧା ଉପରୋକ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ। ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ଅଧୀକ୍ଷଣ ଯନ୍ତ୍ରୀ, ଠିକାଦାର ଙ୍କୁ ଚିଠି ସଂଖ୍ଯା-୧୭୦୭/ତା୨୭-୯-୧୮ ରେ କାରଣ ଦର୍ଶାଅ ନୋଟିସ ମଧ୍ଯ ଜାରି କରିଥିବା ଜଣାଯାଇଛି। ୭ ଗୋଟି ପାଣି ସମ୍ପ ମଧ୍ଯ ରୁ ଆଜି ସୁଦ୍ଧା କଳିଙ୍ଗ ନଗର, ଶରଧାବାଲି, ବାଞ୍ଛାନିଧି ନଗର ଠାରେ କାର୍ଯ୍ୟ ଅଧାପନ୍ତରିଆ ଥିବା ଜଣାଯାଇଛି। ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଠିକାଦାର ପ୍ରୀତି ଯୋଗୁଁ ଏପରି କାର୍ଯ୍ୟ ବିଳମ୍ବ ରେ ହେଉଥିବା ହେତୁ ଜନସାଧାରଣ ପାଣି ପାଇଁ ନାନା ସମସ୍ୟା ଭୋଗିବାକୁ ପଡୁଛି।।

LEAVE A REPLY

Please enter your comment!
Please enter your name here