ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

0
214

ବ୍ରହ୍ମପୁର: ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ‘ସମାଜ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ଶନିବାର ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସହରର ବିଭିନ୍ନ ସରକାରୀ ଓ ଘରୋଇ ବିଦ୍ୟାଳୟର ପ୍ରାୟ 300 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ଡ଼ଃ ସନାତନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମାଜର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା ଓ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀପ୍ରସାଦ ବିଶୋଇ ସମ୍ମାନୀତ ଅତିଥି ଭାବେ ମଞ୍ଚସିନ ଥିଲେ ।

LEAVE A REPLY

Please enter your comment!
Please enter your name here