ଶିଶୁ ସୁରକ୍ଷା ସମିତୀର ଜିଲ୍ଲା ସ୍ତରୀୟ ବୈଠକ

0
209

ପାରଳାଖେମୁଣ୍ଡି ୧୫/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ନୀଳନି କକ୍ଷରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତୀର ଷଷ୍ଠତମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବି ସିଂ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ଆବାହକ ତଥା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପୂର୍ବରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ସବିଶେଷ ତଥା ଉପରେ ଆଲୋକପାତ କରିଥିଲେ। ଏହା ସହ ଏକ ବର୍ଷ ମଧ୍ୟରେ କିପରି ସମସ୍ୟାର ସମାଧାନ କରାଯାଇଛି ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ପ୍ରତ୍ଯୁଷ ସୂଯ୍ୟ ଗତ ବର୍ଷ ପୋଷ୍ୟ ସନ୍ତାନ ମାନଙ୍କୁ ନିଆଯାଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ। କିପରି ଶିଶୁ ସୁରକ୍ଷା ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଚାଇଷ୍ଟ ଲାଇନର ସଂଯୋଜକ ବିଜୟ କୁମାର ପ୍ରଧାନ, ଗୁମ୍ମା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଗଜେନ୍ଦ୍ର ଗମାଙ୍ଗ, ନୁଆଗଡ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୁଡୁବାଇ ମଣ୍ଡଳ, ଗୋଷାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଚନ୍ଦ୍ର ତାରେକେଶ୍କର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେ. ରାଜୁ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here