ଓଡିଶା ରାଜ୍ଯ ଆଇନ ସେବା ପ୍ରାଧୀକରଣ ପକ୍ଷ ରୁ ଅୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ର ଉଲ୍ଲେଖନୀୟ ସଫଳତା

0
210

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୮ ହଜାର ୯୫୧ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି । ଏହି ଜରିମାନା ଓ କ୍ଷତିପୂରଣ ବାବଦରେ ୪୭ କୋଟି ୭୬ ଲକ୍ଷ ୬୫ ହଜାର ୪୩୦ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୌଜଦାରୀ, ଦେଵାନୀ, ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ବ ମାମଲା, ଶ୍ରମିକ ସ˚ପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସ˚କ୍ରାନ୍ତ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସ˚ପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ବେଲର ମିସ୍ କେସ୍, ମୋଟର ଭେଇକିଲ ଆକ୍ଟ ସଂପର୍କିତ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫୈସଲା କରାଯାଇଛି । ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୫୭ ହଜାର ୧୩୩ଟି ମାମଲା ମଧୢରୁ ୩ ହଜାର ୩୪୪ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୩୯ ହଜାର ୯୭୫ଟି ବିଚାରାଧୀନ ମାମଲା ମଧୢରୁ ୫ ହଜାର ୬୦୭ଟି ମାମଲା ଆପୋସ ବୁଝାମଣାରେ ଫୈସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୨୨ଟି ମାମଲାର ଫୈସଲା କରାଯାଇ ୨ କୋଟି ୯୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନରେ ଉପସଚିବ ଦୀପକ ର˚ଜନ ସାହୁ, ସହକାରୀ ସଚିବ ଜ୍ୟୋତି ରଂଜନ ଦାଶ ଓ ସ˚ସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here