ବରାହା ଶିକାର କରିବାକୁ ଯାଇ ବନ୍ଧୁର ଗୁଳିର ଶିକାର ହେଲେ ଶିକାରୀ। ଜଣେ ଗିରଫ, ବନ୍ଧୁକ ଜବତ।

0
196

 

ବ୍ରହ୍ମପୁର,୧୬/୯(): ଗଜପତି ଜିଲ୍ଲା ଅର ଉଦୟଗିରି ଥାନା ଇଲାକାରେ ଘଟିଯାଇଛି ଅଘଟଣ। ଜିରଙ୍ଗ ଗ୍ରାମର ଦୁଇ ବନ୍ଧୁ ଅନାମ ବଡ଼ରଇତ ଓ ଅନନ୍ତ ବଡ଼ରଇତ ବାରାହା ଶୀକାର ପାଇଁ ନିକଟସ୍ଥ ହାତିମୁଣ୍ଡା ଜଙ୍ଗଲକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ। ବାରାହା ଶିକାର ପାଇଁ ଅନାମଙ୍କ ବନ୍ଧୁକରୁ ବାହାରିଥିବା ଗୁଳି ବାରାହା ଦେହରେ ବାଜିବା ବଦଳରେ ଅନନ୍ତଙ୍କ ଦେହରେ ବାଜିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଅନନ୍ତ ଓ ତାଙ୍କର ମୃତ୍ୟୁ ହୋଇଥିଲା। ଅନନ୍ତଙ୍କ ଶବକୁ ଆର ଉଦୟଗିରି ଥାନା ପୋଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଗୁଳି ଚଲାଇଥିବା ଅନାମଙ୍କୁ ପୋଲିସ ଗିରଫ କରିବା ସହ ବନ୍ଧୁକକୁ ଜବତ କରି ତଦନ୍ତ ଜାରି ରଖିଛି। ଗିରଫ ଅନାମଙ୍କ ବନ୍ଧୁକରୁ ଗୁଳି ଭୁଲ ବଶତଃ ବାହାରିଥିଲା ଅଥବା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏନେଇ ପୋଲିସ ସନ୍ଦେହ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଆର ଉଦୟଗିରି ଏସ ଡି ପି ଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here