ଗଜପତି ଜିଲ୍ଲାରେ ଇଞ୍ଜିନିୟର ଦିବସ ପାଳନ

0
205

ପାରଳାଖେମୁଣ୍ଡି ୧୬/୯- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ନୀଳନି କକ୍ଷରେ ଡିପ୍ଲୋମା ଇଞ୍ଜିନିଅର୍ଶ ସେବା ସଂଘ ଗଜପତି ଜିଲ୍ଲା ବିଭାଜନ ପରିଷଦ ପକ୍ଷରୁ ରାମୋକ ସିମେଣ୍ଟ ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଇଞ୍ଜିନିଅର୍ଶ ଦିବସ ପାଳନ ହୋଇଯାଇଛି। ବିଭାଜନ ପରିଷଦ ଜିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମର ସଭାପତି କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଡିର ନିବାହିଯନ୍ତ୍ର ଇଂ. ଶ୍ରୀଧର ନାୟକ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିବାହିଯନ୍ତ୍ର ଇଂ. ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଇଞ୍ଚିନୀୟର ଓ ତାର ନୈତିକତା କଣ ଓ କିଭଳି ହେବା ଆବଶ୍ୟକ ତାହା କହି ଇଞ୍ଚିନୀୟର ମାନେ କାର୍ଯ୍ୟ କଲାବେଳେ ମୁଖ୍ୟତଃ ଡିଜାଇନ ଓ ସୁପରଭାଇଜର ଉପରେ ଅଧିକ ଗୁରୁତ୍ବ ଦେଇ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଲେ ସେହି କାର୍ଯ୍ୟ ଉନ୍ନତି ମାନର ହେବା ସହ ତାହା ସମାଜରେ ଆଦୃତ ହୋଇ ଗ୍ରହଣୀୟ ହୋଇ ପାରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭାଜନ ପରିଷଦ ଜିଲ୍ଲା ସମ୍ପାଦକ ଇଂ. ସାସିଏଚ୍ ଉମା ଶଙ୍କର ପାତ୍ର , ମୋହନା ବ୍ଲକ୍ ସହକାରୀ ନିବାହି ଯନ୍ତ୍ରୀ ଇଂ. ଲୋକେଶ ପ୍ରମୁଖ୍ୟ ଯୋଗ ଦେଇ ଦେଶରେ ପ୍ରଥମ ମୁଖ୍ୟ ଯନ୍ତ୍ରୀ ସ୍ୱଗତ ଇଂ. ବିଶ୍ବେଶ ରାୟଙ୍କ କର୍ମମୟ ଜୀବନୀ ଓ ତାଙ୍କର ବହୁ ମୁଖୀ ବ୍ୟକ୍ତିତ୍ଵ ଉପରେ ଆଲୋଚନା କରିଥିଲେ। ରାମକୋ ସିମେଣ୍ଟର ସହକାରୀ ଜେନେରାଲ ମେନେଜର ରଞ୍ଜନ ସାହୁ, ସହକାରୀ ମେନେଜର ଗୈାରୀ ପଣ୍ଡା, ବୈଷୟିକ ବିଭାଗ ଡେପୁଟି ସ୍ୱରାଜ ଦାସ, ଏବଂ ରମୋ ସିମେଣ୍ଟର ବରିଷ୍ଠ ବ୍ୟବସାୟ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ୍ୟ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜୋନାଲ ସେକ୍ରେଟାରୀ ଇଂ. କେ. ନାଗେଶ୍ଵର ସେନାପତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here