ବନ୍ୟ ଜନ୍ତୁ ଭାବି ମନୁଷ୍ୟକୁ ମାରିଦେଲା ଶିକାରୀ ବନ୍ୟ ଜନ୍ତୁ ଭାବି ମନୁଷ୍ୟକୁ ମାରିଦେଲା ଶିକାରୀ

0
335

ପାରଳାଖେମୁଣ୍ଡି,-୧୬/୯ – ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳରେ ବନ୍ୟ ଜନ୍ତୁକୁ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ସିକାରୀ ଗୁଳିରେ ଜଣେ ନୀରିହ ମନୁଷ୍ୟର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାଟି ୧୪ତାରିଖ ରବିବାର ଘଟିଥିବା ଜଣାପଡିଛି । ରବିବାର ଭୋରରେ ଆର.ଉଦୟଗିର ବ୍ଲକର ଜିରାଙ୍ଗ ଗ୍ରାମର ଥୋମାସ ବଡରଇତ ନିକଟସ୍ଥ ହାତିମୁଣ୍ଡା ଜଙ୍ଗଲକୁ ବନ୍ଧୁକ ଧରି ଶିକାର କରିବା ପାଇଁ ଯାଇଥିଲା । ଏକ ବାଉଁଶ ବୁଦା ନିକଟରେ ଜନ୍ତୁ ରହିବା ଭଳି ସବ୍ଦ ଶୁଣି ଥୋମାସ ନିଜ ବନ୍ଧୁକରୁ ଗୁଳି ଫୁଟାଇଥିଲା । ହେଲେ ବନ୍ୟ ଜନ୍ତୁ ବଦଳରେ ଶିକାରୀର ଗୁଳିରେ ଜଣେ ମନୁଷ୍ୟର ମୃତ୍ୟୁ ଘଟିଥିଲା । ଘଟଣାରୁ ପ୍ରକାଶ ଜିରାଙ୍ଗ ଗ୍ରାମର ଅନନ୍ତ ବଡରଇତ ଓ ତାଙ୍କ ପତ୍ନି ସେହି ରବିବାର ଭୋରରେ ଜଙ୍ଗଲରୁ ବାଉଁଶ କରଡି ସଂଗ୍ରହ କରିବାପାଇଁ ଯାଇଥିଲେ । ଅନନ୍ତ ବଡରଇତ ବାଉଁଶ ବୁଦାରୁ କରଡି ସଂଗ୍ରହ କରୁଥିବାବେଳେ ବନ୍ୟ ଜନ୍ତୁ ଭାବି ଶିକାରୀ ଥୋମାସ ଗୁଳି କରିଥିଲା ଏଥିରେ ବନ୍ୟ ଜନ୍ତୁ ବଦଳରେ ଅନନ୍ତ ଟଳିପଡିଥିଲା । ପତି ଅନନ୍ତଙ୍କ ଚିତ୍କାର ଶୁଣି ଅନ୍ୟ କିଛି ଦୁରରେ ରହିଥିବା ବାଉଁଶ ବୁଦାରୁ କରଡି ସଂଗ୍ରହ କରୁଥିବା ଅନନ୍ତଙ୍କ ପତ୍ନି ଦୌଡି ଅସିଥିଲେ । ସେ ପହଞ୍ଚିବାପରେ ଦେଖିଥିଲେ ଅନନ୍ତ ସିକାରୀ ଥୋମାସର ଗୁଳିରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ନେଇ ଅନନ୍ତଙ୍କ ଭାଇ ଅନାମ ବଡରଇତ ଆର.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗତକାଲି ଶିିକାରୀ ଥୋମାସ ବଡରଇତକୁ ଗିରଫ କରିଛି । ଏ ନେଇ ଆର.ଉଦୟଗିର ଥାନାରେ ୧୦୫/୧୯କେସ ନମ୍ବରରେ ମକଦ୍ଧମା ରୁଜୁ ହୋଇଛି । ବନ୍ୟ ଜନ୍ତୁ ଭାବି ମନୁଷ୍ୟକୁ ଗୁଳିମାରି ହତ୍ୟା କରିଥିବା ଥୋମାସକୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆର.ଉଦୟଗିର ଆଇଆଇସି ମମତା ନାୟକ କହିଛନ୍ତି ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here