ହିଞିଳିକାଟୁ ବ୍ଳକରେ ବିକାଶ ରଥ ଅଭିଯାନ ଶୁଭାରମ୍ଭ

0
192

 

ହିଞିଳିକାଟୁ :- ୧୭/୯( ନିପ୍ର) ହିଞିଳିକାଟୁ ବ୍ଳକ ତରଫରୁ ବିକାଶ ରଥ ଅଭିଯାନ ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖ ଯୋଗଦେଇଥିଲେ ।ରଥ ଗଡ଼ିବା ପୂର୍ବରୁ ବ୍ଳକ ଅଧ୍ୟକ୍ଷ ନଡ଼ିଆ ସାମ୍ନାରେ ଫଟାଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି ବିକାଶ ରଥ ମଙ୍ଗଳବାର ସ୍ଥାନୀୟ ବ୍ଳକର ୫ଟି ପଞ୍ଚାୟତର ତଥା ମକରଝୋଳ,ପିପିଏନପୁର,ପୋଚିଲିମା , ବଡଖଣ୍ଡି, ଶାସନ ଆମ୍ବଗାଁ,ଦାରୁଭାଦ୍ରା ଆଦି ବିଭିନ୍ନ ଗ୍ରାମରେ ପରିକ୍ରମା କରି ଭଲ ଭଲ କାମ କରୁଥିବା ପଞ୍ଚାୟତ ଗୁଡିକୁ ପ୍ରୋତ୍ସାହିତ କରିବା ସହିତ ଲୋକମାନଙ୍କ ଆବଶ୍ୟକତା ପୁରଣ କରିବା ପାଇଁ ନୁଆ ନୁଆ ପ୍ରକଳ୍ପ ହାତକୁ ନେବା ଏହି କାର୍ଯ୍ୟର ମୁଖ୍ୟ ଲକ୍ଷ୍ୟ ।ଏହି ସବୁ ଯୋଜନା ବାହାରେ ନୂଆ ନୂଆ କାମ ପାଇଁ ବିକାଶ ରଥ ଅଭିଯାନ କାର୍ଯ୍ୟକ୍ରମ ରେ ସୁଯୋଗ ସୃଷ୍ଟି କରାଯାଇଛି ।ଏହି ନୂତନ କାର୍ଯ୍ୟକ୍ରମ ପ୍ରଶାସନ ସର୍ବୋଚ୍ଚ ସ୍ତର କୁ ସିଧାସଳଖ ଗାଁ ସହିତ ଯୋଡିବା ସହ ସଙ୍ଗେ ସଙ୍ଗେ ବିକାଶ କାମରେ ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିଙ୍କ ଅଂଶ ଗ୍ରହଣକୁ ଅଧିକ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।ବିକାଶ ରଥ ବିଭିନ୍ନ ପଞ୍ଚାୟତକୁ ଆସିବ ପୂର୍ବରୁ ସ୍ଥାନୀୟ ଜନସାଧାରଣ ମାନେ ବିକାଶ ରଥକୁ ଫୁଲ ଧୂପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୋଚିଲିମା ସରପଞ୍ଚ ଭି ରବିନ୍ଦ୍ର,ମକର ଝୋଳ ଜି ମୋହନ,ଶାସନ ଆମ୍ବଗାଁ,ବଡଖଣ୍ଡି, ଦାରୁଭଦ୍ରା ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here