ହିଞିଳିକାଟୁ :- ୧୯/୯ (ନିପ୍ର) ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରେ ଗୁରୁବାର “ଆଦର୍ଶ ବିଦ୍ୟାଳୟର ସଂଗଠନ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହା ସେପ୍ଟେମ୍ବର ୨୦୧୫ମସିହା ୧୯ ତାରିଖରେ ବିଦ୍ୟାଳୟ ଶୁଭାରମ୍ଭ ସହ ପ୍ରତିଷ୍ଠା କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ଆଜିର ଦିନକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି । ବିଦ୍ୟାଳୟ ପରିସରେ ଗଣେଶ ଓ ବିଦ୍ୟା ଦେବୀ ସରସ୍ୱତୀଙ୍କ ତୈଳ ଫୋଟ ଚିତ୍ର ରହି ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା





