ମାପ ଓଜନ ବିଭାଗ ର ଚଢାଉ

0
208

ବ୍ରହ୍ମପୁର, ୧୯/୯- ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଙ୍କ ନିର୍ଦ୍ଦେଶ ରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଓ ମାପ ଓଜନ ବିଭାଗ ତରଫରୁ ବ୍ରହ୍ମପୁର ରେ ଥିବା ପ୍ରସ୍ତୁତକର୍ତ୍ତା, ତେଜରାତି ଦୋକାନ, ମିଠା ଦୋକାନ ରେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଏବଂ ପ୍ୟାକେଟ ଗୁଡିକ ଯାଞ୍ଚ କରାଯାଇ ଦେଖାଯାଇଛି, କେତେକ ବ୍ୟବସାୟ ନବୀକରଣୀୟ ହୋଇନଥିବା ଓଜନ ଯନ୍ତ୍ର ବ୍ୟବହାର କରୁଥିବା ଏବଂ କେତେକ ପ୍ୟାକେଟ ରେ ସମସ୍ତ ତଥ୍ଯ ନ ଥିବା, ମାପ ଓଜନ ର ନିୟମ ଖିଲାପ କରୁଥିବା ୬ ଜଣଙ୍କ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ୫୪୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ଏହି ଚଢାଉ ରେ ସହକାରୀ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ମହାରଣା, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ, ବରିଷ୍ଠ ନିରୀକ୍ଷକ ସତ୍ଯଜିତ ବିଶ୍ବାଳ ଏବଂ ଶିଶିର ସାହୁ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନ ରେ ଏପରି ଚଢାଉ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here