ପୁଅ ବୋହୁ ର ନିର୍ଯାତନା ସହିନପାରି ବୃଦ୍ଧା ଏସପି ଙ୍କ ଦ୍ୱାରସ୍ଥ

1
206

ପାରଳାଖେମୁଣ୍ଡି ୧୯/୯– ପାରଳାଖେମୁଣ୍ଡି ଥାନାର ଗୋପିନୀ ସାହି ବାସିନ୍ଦା ଜାନକୀ ଅଧିକାରୀ ନାମକ ଜଣେ ମହିଳା ପୁଅ ବୋହୁର ନିର୍ଯାତନା ର ଶିକାର ହୋଇ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପୁଅ ବୋହୁ ର ନିର୍ଯାତନାରେ ଅତିଷ୍ଠ ହୋଇ ଗଜପତି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ପୂର୍ବରୁ ଅଭିଯୋଗ କରିବାକୁ ଚାହୁଁଥିଲେ ବି ଘରୁ କେହି ସାହାଯ୍ୟ ନଥିବାରୁ ଏସ୍ ପି ଅଫିସ୍ କୁ ଆସିପାରୁନଥିଲେ ବୋଲି ଗଜପତି ଏସପି ଙ୍କୁ ଜଣାଇବାରୁ ସି-ଟିମ ତାଙ୍କୁ ଘରୁ ଏସ୍ ପି ନିକଟକୁ ଅଣାଯାଇ ଥିଲା। ଆଜି ଏସ୍ ପି ଙ୍କ ସହ ବସି ସାମ୍ବାଦିକ ମାନଙ୍କ ସମ୍ମୁଖରେ ତାଙ୍କ ଦୁଃଖ ଜଣାଇବା ସହ ନିଜ ଘର ବୃଦ୍ଧାଶ୍ରମ କରିବାକୁ ସରକାରଙ୍କୁ ଦେବାକୁ ଚାହୁଁଛନ୍ତି ବୋଲି କ୍ଷୋଭ ର ସହ କହିଛନ୍ତି। ତାଙ୍କ ସ୍ଵାମୀ ରାମଚନ୍ଦ୍ର ଅଧିକାରୀ ୧୯୯୫ ମସିହାରେ ପରଲୋକ ହେବାପରେ ପୁଅକୁ ୨୦୦୨ ମସିହାରେ ବାହାଘର ହୋଇଥିଲା। ବାହାହେବା ପରେ ତାଙ୍କ ଠାରୁ ନିର୍ଯାତନା ହେବାରେ ଲାଗିଲେ ବୋଲି ଦୁଃଖ ର ସହ ବୃଦ୍ଧା ଜାନକୀ ଜଣାଇଛନ୍ତି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଦୀର୍ଘ ୧୭ ବର୍ଷ ହେଲା ପୁଅ ଠାରୁ କୈଣସି ସାହାଯ୍ୟ ନପାଇବାରୁ ସ୍ୱଅର୍ଜିତ ଧନରେ ଜୀବିକା ନିର୍ବାହ କରି ଆସୁଛନ୍ତି। ଏପରିକି ଘର, ପାଇପ, ଜମି ସେ ନିଜ ଦିଅନ୍ତି। କିନ୍ତୁ ଘରେ ପୁଅ ରହୁଥିଲେ ମଧ୍ୟ ଏଥିପ୍ରତି ଜମାରୁ ଦୃଷ୍ଟି କରେନି। ତେଣୁ ପୁଅକୁ କୈାଣସି ସଂପତ୍ତି ଦେବାକୁ ଚାହୁଁନଥିବା ପାରଳାଖେମୁଣ୍ଡି ଥାନାରେ କହିଛନ୍ତି। ତେଣୁ ତାଙ୍କ ଶେଷ ଇଛା ମୁତାବକ ଅସହାୟ ବୃଦ୍ଧାବୃଦ୍ଧିଙ୍କ ପାଇଁ ତାଙ୍କ ଘର ସରକାର ନେଇ ବୃଦ୍ଧାଶ୍ରମ ଟିଏ ପ୍ରତିଷ୍ଠା କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଏହି ଆଶା ପୁରଣ କରିବା ପାଇଁ ସାହାୟତାର ହାତ ଗଜପତି ଏସ୍ ପି ସାରା ଶର୍ମା ବଢାଇଛନ୍ତି। ସେ ନିଜ ଦାୟିତ୍ଵ ବହନ କରି ବୃଦ୍ଧା ଜଣ ଙ୍କୁ ସୁରକ୍ଷିତ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇଛନ୍ତି। ସାରା ଶର୍ମା ନିଦ୍ଧେଶ କ୍ରମେ ସି-ଟିମ ବୃଦ୍ଧାଙ୍କ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀ ନିକଟରେ ପହଞ୍ଚିଥିଲେ। ସେଠାରେ ଜନକୀ ନିଜ ଘରକୁ ବୃଦ୍ଧାଶ୍ରମକୁ ଦେବାକୁ ଚାହୁଁଥିବା କହିଛନ୍ତି। ସେପଟେ ଗଜପତି ଏସ୍ ପି ସାରା ଶର୍ମା ଆବଶ୍ୟକ ପଡିଲେ ପୁଅ-ବୋହୁ ନାମରେ ମାମଲା ରୁଜୁ ହେବ ବୋଲି କହିଛନ୍ତି।

ରିପୋର୍ଟ:ପ୍ରଭାତ ପାତ୍ର

1 COMMENT

  1. ସବୁ ଠିକ୍, ଏହାକୁ ମୁଁ ବି ସ୍ୱାଗତ୍ ଜଣାଉଛି। କିନ୍ତୁ ମୁଁ ଯାହା ମୋ ଛୋଟିଆ ଜ୍ଞାନ ରେ ଚିନ୍ତା କଲି ଓ ବୁଝିଲି ଲାଗିଲା ଏହାର ପ୍ରକୃତ ତଦନ୍ତ ହୋଇପାରିନି। କେସ ରୁ ବାରି ହେଉଛି ଏହାର ଏକ ତରଫା ତଦନ୍ତ ହୋଇଛି। ଏହାର ପ୍ରକୃତ ତଦନ୍ତ ହେବା ଉଚିତ୍। ତାହା ହେଲେ ଗଜପତି ବାସୀ ଜାଣିବେ ; ପ୍ରକୃତ ରେ ନିର୍ଯ୍ୟାତିତ ଶାଶୁ ନା ବୋହୂ…!

LEAVE A REPLY

Please enter your comment!
Please enter your name here