Home ବ୍ରହ୍ମପୁର ସ୍ପେଶାଳ ବ୍ରଜ ନଗର ଅଂଚଳରେ ପିଇବା ପାଣି ସମସ୍ୟା, ଅନ୍ୟ ପଟେ ଚୋରା ରେ ପାଣି ବିକ୍ରୀ

ବ୍ରଜ ନଗର ଅଂଚଳରେ ପିଇବା ପାଣି ସମସ୍ୟା, ଅନ୍ୟ ପଟେ ଚୋରା ରେ ପାଣି ବିକ୍ରୀ

0
321

ବ୍ରହ୍ମପୁର, ୨୦/୯:ବ୍ରହ୍ମପର ସହର ର ଜଳ କଷ୍ଟ ଦୂର କରିବା ପାଇଁ ,ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ରେ କୋଟି କୋଟି ବ୍ୟୟବରାଦ କରୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ର ଅପାରଗତା ଯୋଗୁଁ ଜନସାଧାରଣ ନିୟମିତ ପାଣି ପାଇବାରେ ସମସ୍ୟା ଦେଖାଯାଇଛି। ସହର ରେ ବର୍ତ୍ତମାନ ର ବର୍ଷାଋତୁ ରେ ମଧ୍ଯ କିଛି ଅଂଚଳ କୁ ନିୟମିତ ଜଳଯୋଗାଣ ହେଉନଥିବା ଅଭିଯୋଗ ଜନସ୍ୱାସ୍ଥ୍ୟ ବିଭାଗ ର ଅପାରଗତା କୁ ସିଧା ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟ ପଟେ ଦୂର୍ନୀତିଗ୍ରସ୍ତ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ଓ କର୍ମଚାରୀ ମାନେ ସହର ରେ ଥିବା ପାଣି ସଂମ୍ପ ରୁ ପ୍ରତ୍ୟେକ ଦିନ ବେସରକାରୀ ଟ୍ୟାଙ୍କର ରେ ବିଭିନ୍ନ ହୋଟେଲ, ହଷ୍ଟେଲ, ଆପାର୍ଟମେଣ୍ଟ ରେ ଚୋରା ରେ ପାଣି ବିକ୍ରୀ କରୁଛନ୍ତି। ଯାହା କି ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଜାଣତ ରେ ହେଉଥିବା ଜଣାଯାଏ। ଦୀର୍ଘ ଦେଢ ମାସ ହେଲା ବ୍ରଜନଗର-୨ୟ, ୩ୟ, ଓ ୩ୟ ଲାଇନ୍ ଏକ୍ସଟେନସନ ଅଂଚଳରେ ନିୟମିତ ଜଳଯୋଗାଣ ହେଉନଥିବା ନେଇ ଆଜି ଅଂଚଳବାସୀ ମାନେ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ରେ ଅଭିଯୋଗ କରିବାକୁ ଆସିଥିବା ଜଣାଯାଇଛି। ପୂର୍ବ ରୁ ଜଳଯୋଗାଣ ନିୟମିତ ହେଉନଥିବା ନେଇ ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ଙ୍କ ଠାରେ ଅଭିଯୋଗ କରିଥିଲେ।ସେମାନେ ନିୟମିତ ଜଳକର ପୈଠ କରିଥିବା ସ୍ବତ୍ତେ , ସେମାନଙ୍କୁ ନିୟମିତ ଜଳଯୋଗାଣ ହେଉନଥିବା ନେଇ, ଗଣେଶ ଦାସ, ହୂଶିକେଶ ନନ୍ଦ, ଲୋକନାଥ ରଥ, ସଂଜୟ ସାହୁ ସମେତ ଅନେକ ଅଂଚଳ ବାସୀ ଅଭିଯୋଗ କରିଛନ୍ତି।

I

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!