ଉପଖଣ୍ଡ ସ୍ତରୀୟ ଦୂର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୌଠକ

0
187

ବ୍ରହ୍ମପୁର, ୨୦/୯- ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଉପଖଣ୍ଡ ସ୍ତରୀୟ ଦୂର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୌଠକ ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୌଠକ ରେ ବ୍ରହ୍ମପୁର ସହରର ସମସ୍ତ ପୂଜା କମିଟି ର ସଦସ୍ଯ ଙ୍କୁ ଗତବର୍ଷ ପରି ଚଳିତ ଦୂର୍ଗା ପୂଜା କିଭଳି ଶାନ୍ତି ଶୁଙ୍ଖଳା ରେ ପାଳନ କରାଯିବ, ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟି ର ସଦସ୍ଯ ମାନଙ୍କୁ ନିବେଦନ କରିଥିଲେ। ଏବଂ ପ୍ରଶାସନ ତରଫରୁ ପାଣି ଯୋଗାଣ, ବିଦ୍ଯୁତ କରଣ ଯୋଗାଇବା, ସମସ୍ତ ପୂଜା ମଣ୍ଡପ ରେ ସିସିଟିଭି ଲଗାଇବା, ପରିଷ୍କାର ପରିଛନ୍ନ ରଖିବା, ଅଗ୍ନି ନିରପତ୍ତା ବ୍ୟବସ୍ଥା ରଖିବା ଏବଂ ସମସ୍ତ ପୂଜା ମଣ୍ଡପ ରେ ସ୍ବେଚ୍ଛା ସେବକ ରଖିବା ପାଇଁ ଅନୁରୋଧ କରାଗଲା। ଭସାଣି ତାରିଖ ସର୍ବସମ୍ମତି କ୍ରମେ ଆସନ୍ତା ୦୯/୧୦/୧୯ ଅପରାହ୍ନ ୪ଟା ରୁ ୯ଘଣ୍ଟା ପର୍ଯ୍ୟନ୍ତ ଶେଷ କରାଯିବ। ବ୍ରହ୍ମପୁର ସହର ର ବିଭିନ୍ନ ଜାଗାରେ ୪ ଗୋଟି ଅସ୍ଥାୟୀ ପୋଖରୀ ନିର୍ମାଣ ପାଇଁ ମହାନଗର ନିଗମ କୁ ଅନୁରୋଧ କରାଗଲା। ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ଏସଡିପିଓ ଙ୍କୁ ଅନୁରୋଧ କରାଗଲା। ଚଳିତ ଦୂର୍ଗା ପୂଜା ସହର ରେ ୪୪ ଗୋଟି ହେବାର ପୂଜା କମିଟିର ସଦସ୍ଯ ମାନେ ଅବଗତ କରିଥିଲେ।
ଏହି ବୌଠକ ରେ ୪୪ ଗୋଟି ପୂଜା କମିଟି ର ସଭାପତି, ସଂପାଦକ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ, ବ୍ରହ୍ମପୁର ମଣ୍ଡଳ ଅଗ୍ନିଶମ ଅଧିକାରୀ, ବିଏମସି ସ୍ବାସ୍ଥ୍ଯ ଅଧିକାରୀ ଙ୍କ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here